ETV Bharat / state

ବରଗଡ଼ ପୋଲିସର ସଫଳତା, ୪୭ ଜୁଆଡି ଏକାସାଙ୍ଗେ କୋର୍ଟ ଚାଲାଣ

author img

By

Published : Apr 6, 2023, 1:26 PM IST

ବରଗଡ ଜିଲ୍ଲା ଇତିହାସରେ ପ୍ରଥମ । ଏକାଥରକେ କୋର୍ଟ ଚାଲାଣ ହେଲେ ସଟ୍ଟା କାରବାରରେ ଗିରଫ 47 ଜଣ ଅଭିଯୁକ୍ତ । ଅଧିକ ପଢନ୍ତୁ

Bargarh Satta accused arrested
ବରଗଡରେ ୪୭ ସଟ୍ଟା ବେପାରୀ ଗିରଫ

ବରଗଡ଼ ପୋଲିସର ସଫଳତା

ବରଗଡ: ଜିଲ୍ଲାର ନୂତନ ଏସପି ପ୍ରହଲ୍ଲାଦ ସାହାଇ ମୀନାଙ୍କ ସଫଳତା । ବରଗଡ ଟାଉନ ଥାନାରୁ ଏକାଥରକେ କୋର୍ଟ ଚାଲାଣ ହେଲେ ସଟ୍ଟା କାରବାର(ଜୁଆ ଖେଳ)ରେ ଗିରଫ ହୋଇଥିବା 47 ଜଣ ଅଭିଯୁକ୍ତ । ବରଗଡରେ ବ୍ୟାପକ ମାତ୍ରାରେ ଜୁଆ ଖେଳ ଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ କେବେହେଲେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ମାତ୍ର ଜିଲ୍ଲାକୁ ଆସୁ ଆସୁ ବୁଧବାର ଏସପି ପ୍ରହଲ୍ଲାଦ ସାହାଇ ମୀନା ଜୁଆଡିଙ୍କ ଉପରେ ଯେଉଁ ଧରଣର ପଦକ୍ଷେପ ନେଇଛନ୍ତି ତାହା ଇତିହାସ ପାଲଟିଛି । ଟାଉନ ଥାନାରୁ 47 ଜଣ ଜୁଆଡିଙ୍କୁ ଗିରଫ କରି ଏକାଥରେ କୋର୍ଟ ଚାଲାଣ କରିବା ବରଗଡରେ ଥାନା ପ୍ରତିଷ୍ଠା ହେବା ଦିନ ଠାରୁ ଏହା ପ୍ରଥମ ଘଟଣା । ନୂତନ ଏସପିଙ୍କର ଏପରି ପଦକ୍ଷେପକୁ ବରଗଡବାସୀ ତଥା ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଉଛି ।

ବରଗଡ ଜିଲ୍ଲାରେ ଦୀର୍ଘ ବର୍ଷରୁ ଜୁଆ ଖେଳ ଜୋରସୋରରେ ଚାଲିଥିବା ବେଳେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିଲା । ଯାହାଫଳରେ ଧୀରେ ଧୀରେ ସହରରେ ମଧ୍ୟ ଏହି ଜୁଆ ଖେଳ ଖୁଲମଖୁଲା ବିଚ୍ ବଜାରରେ ଚାଲିବାକୁ ଲାଗିଲା । ଜିଲ୍ଲାବାସୀ ପୋଲିସକୁ ଯେତେ ଅଭିଯୋଗ କରିଥିଲେ ହେଁ ଶୂନ ରହିଥିଲା କାର୍ଯ୍ୟାନୁଷ୍ଠାନ । ବର୍ଷ ବର୍ଷ ଧରି ଗୋଟିଏ ପରେ ଗୋଟିଏ ଏସପି ଆସିଲେ ଓ ଗଲେ ହେଲେ କିଛି ଲାଭ ହେଲା ନାହିଁ । ଯେଉଁ କାରଣରୁ ବରଗଡ ଟାଉନ ପୋଲିସ ଜନତାଙ୍କ ଆସ୍ଥା ଓ ବିଶ୍ଵାସ ହରାଇଥିଲା । ପ୍ରତିଥର ପରି ଏଥର ମଧ୍ୟ ଏସପିଙ୍କ ବଦଳି ହେଲା ଏବଂ ପୁଣି ନୂତନ ଏସପି ଭାବେ ପ୍ରହଲ୍ଲାଦ ସାହାଇ ମୀନା ଯୋଗଦେଲେ ।

ଏସପି ପ୍ରହଲ୍ଲାଦ ସାହାଇ ମୀନା ଏବେ ଯେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି ବରଗଡରେ ପୁଣି ପୋଲିସ ଉପରେ ଜନତାଙ୍କ ବିଶ୍ଵାସ ଫେରି ଆସିଛି । ନିଶା କାରବାରକୁ ରୋକ ଲଗାଇବା ସହିତ ଜୁଆ ଓ ସଟ୍ଟା କାରବାରକୁ ଦମନ କରିବାକୁ ଜିଲ୍ଲାର ଅନେକ ସ୍ଥାନରେ ଚଢାଉ କରି 47 ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ 93,965 ଟଙ୍କା, 20ଟି ମୋବାଇଲ, ସଟ୍ଟା ଚାର୍ଟ ପେପର ଓ ଅନେକ ସରଞ୍ଜାମ ପୋଲିସ ଜବତ କରିଛି ।

ବରଗଡ ଟାଉନ ଥାନା ଅଞ୍ଚଳରୁ ସର୍ବାଧିକ 8ଟି କେସ୍ ଓ ସଦର ଥାନାରୁ 5ଟି କେସ୍ ହୋଇଛି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ଥାନାମାନଙ୍କରେ କମ୍ ସଂଖ୍ୟକ କେସ୍ କରାଯାଇ ସମୁଦାୟ 47 ଜଣଙ୍କୁ ଗିରଫ କରାଯାଇଥିବା ନେଇ ବୁଧବାର ବରଗଡ ଟାଉନ ଥାନାରେ ପୋଲିସ ବିଭାଗ ପକ୍ଷରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.