ETV Bharat / state

ହତ୍ୟାକାଣ୍ଡର ୨୪ ଘଣ୍ଟାରେ ୨ ଅଭିଯୁକ୍ତଙ୍କୁ କାବୁକଳା ପୋଲିସ

author img

By

Published : Sep 10, 2019, 6:30 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବରଗଡ

ଗତ ରବିବାର ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିରିପାଳି ଗ୍ରାମର ମଦଭାଟିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସୋମବାର ପଦ୍ମପୁର ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି |

ବରଗଡ: ବରପାଲି ମଦଭାଟି ହତ୍ୟାକାଣ୍ଡ ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଗତ ରବିବାର ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିରିପାଳି ଗ୍ରାମର ମଦଭାଟିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସୋମବାର ପଦ୍ମପୁର ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି | ଏହି ହତ୍ୟାକାଣ୍ଡର 24 ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିବାରୁ ସ୍ଥାନୀୟ ଲୋକେ ପୋଲିସ ପ୍ରଶଂସା କରିଛନ୍ତି |

ଭିଡିଓ ସୌଜନ୍ୟ: ପ୍ରତିନିଧି, ବରଗଡ


ତେବେ ବରଗଡ ଏସପି ପଦ୍ମିନୀ ସାହୁ ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ଘଟଣାର ପର୍ଦାଫାସ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ବିରିପାଳି ମଦଭାଟିକୁ ମଦ ପିଇବାକୁ ଯାଇଥିବା ଦୁଇ ଜଣ ଯୁବକ ପ୍ରଥମେ ମଦ ପିଇଥିଲେ । ଏହାପରେ ଭାଟିର ମ୍ୟାନେଜର ସହିତ ଝଗଡା କରିଥିଲେ | ଭାଟିରେ କାମ କରୁଥିବା କର୍ମଚାରୀ ପ୍ରମୋଦ ସାହୁ ଉଭୟ ଯୁବକମାନଙ୍କୁ ଭାଟି ବାହାରକୁ ଘଉଡାଇ ଦେଇଥିଲେ ।

ସେହି ସମୟରେ ଜଣେ ଯୁବକ ଚାବିରିଙ୍ଗରେ ଲାଗିଥିବା ଏକ ଛୋଟିଆ ଛୁରୀରେ ପ୍ରମୋଦଙ୍କ ପେଟ ଓ ଛାତିରେ ତିନିଥର ଆକ୍ରମଣ କରିଥିଲା । ଫଳରେ ପ୍ରମୋଦ ତଳେ ପଡିଯାଇଥିଲେ | ଏହାପରେ ମଦଭାଟିର ଅନ୍ୟ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ଖବର ପାଇ ଘଟଣାସ୍ଥଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ 24 ଘଣ୍ଟା ମଧ୍ୟରେ ଉଭୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଭେଲୁଆପଦ ଗ୍ରାମର ଭଗବାନ ବରିହା(20) ଏବଂ କନ୍ସର ଗ୍ରାମର ଜଗଦୀଶ ବିଶ୍ଵାଳ (19) |

ପୋଲିସ ଉଭଯଙ୍କୁ ଗିରଫ କରି ସୋମବାର କୋର୍ଟକୁ ଚାଲାଣ କରିଛି | ତେବେ ଏହି ଅଞ୍ଚଳରେ ନିଶା କାରବାର ବ୍ୟାପକ ମାତ୍ରାରେ ବଢି ଚାଲିଥିବାରୁ ଏପରି କମ ବଯସର ଯୁବକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏବଂ ଚୋରୀ, ଡକାଯତି ଓ ହତ୍ୟା ପରି ଘଟଣା ବଢିଚାଲିଛି |


ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ବିରିପାଳି ଗ୍ରାମର ମଦଭାଟିରେ ଗତକାଲି ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଆଜି ପଦ୍ମପୁର ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି | ଏହି ହତ୍ୟାକାଣ୍ଡ ଘଟଣାର ମାତ୍ର 24 ଘଣ୍ଟା ଭିତରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ କାବୁ କରିଥିବାରୁ ପୋଲିସ କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକେ |
Body:ତେବେ ବରଗଡ ଏସ.ପି ପଦ୍ମିନୀ ସାହୁ ଏ ନେଇ ଏକ ସାମ୍ବାଦିକ ସମ୍ବିଲନୀ ରେ ଏହି ଘଟଣାର ପର୍ଦାଫାସ କରିଥିଲେ | ପୋଲିସ ର ସୂଚନା ଅନୁଯାୟୀ ବିରିପାଳି ମଦଭାଟିକୁ ମଦ ପିଇବାକୁ ଯାଇଥିବା ଦୁଇ ଜଣ ଯୁବକ ପ୍ରଥମେ ମଦପିଇ ଥିଲେ ଓ ପରେ ଭାଟିର ମେନେଜର ସହିତ ଝଗଡା କରିଥିଲେ | ତେବେ ଭାଟିରେ କାମକରୁଥିବା କର୍ମଚାରୀ ପ୍ରମୋଦ ସାଓ ଉଭୟ ଯୁବକ ମାନଙ୍କୁ ଭାଟି ବାହାରକୁ ଘଉଡି ଆଣିଥିଲେ ସେହି ସମୟରେ ଜଣେ ଯୁବକ ଚାବି ରିଙ୍ଗରେ ଲାଗିଥିବା ଏକ ଛୋଟିଆ ଚକୁ ରେ ପ୍ରମୋଦ୍ ଙ୍କ ପେଟ ଓ ଛାତିରେ ତିନିଥର ଆକ୍ରମଣ କରିଥିଲା ଫଳରେ ପ୍ରମୋଦ ତଳେ ପଡିଯାଇଥିଲେ | ମଦ ଭାଟିର ଅନ୍ୟ କର୍ମଚାରୀ ମାନେ ପ୍ରମୋଦଙ୍କୁ ଶୀଘ୍ର ପଦ୍ମପୁର ଡାକ୍ତରଖାନାକୁ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ଘଟନା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରିଥିଲା ଏବଂ ମାତ୍ର 24 ଘଣ୍ଟା ଭିତରେ ଉଭୟ ଆସାମୀ ମାନଙ୍କୁ କାବୁ କରିଥିଲା | ଅଭିଯୁକ୍ତ ଦ୍ୱୟ ହେଲେ ଭେଲୁଆ ପଦର ଗ୍ରାମର 20 ବର୍ଷର ଭଗବାନ ବରିହା ଏବଂ କନ୍ସର ଗ୍ରାମର 19 ବର୍ଷର ଜଗଦୀଶ ବିଶ୍ଵାଳ | ପୋଲିସ ଉଭଯଙ୍କୁ ଗିରଫକରି ଆଜି କୋର୍ଟକୁ ଚାଲାଣ କରିଛି | ତେବେ ଏହି ଅଞ୍ଚଳରେ ନିଶା କାରବାର ବ୍ୟାପକ ମାତ୍ରାରେ ବଢି ଚାଲିଥିବାରୁ ଏପରି କମ ବଯସର ଯୁବକ ମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ଏବଂ ଚୋରୀ, ଡକାଯତି ଓ ହତ୍ୟା ପରି ଘଟଣା ବଢିଚାଲିଛି |

ବାଇଟ 1- ପଦ୍ମିନୀ ସାହୁ ( ଏସ ପି , ବରଗଡ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.