ETV Bharat / state

ଡାଏଲିସିସ ୟୁନିଟରେ ପାଣି ସମସ୍ୟା, ଧାରଣା ଦେଲେ ରୋଗୀ

author img

By

Published : Jun 21, 2022, 4:02 PM IST

Water problems in the dialysis unit
ଡାଏଲିସିସ ୟୁନିଟରେ ପାଣି ସମସ୍ୟା, ଧାରଣା ଦେଲେ ରୋଗୀ

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ପାଣି ସମସ୍ୟା ଥିବାରୁ ଆଜି ରୋଗୀମାନଙ୍କର ଡାଏଲିସିସ ହୋଇ ପାରି ନଥିବା ଅଭିଯୋଗ । ଅଧିକ ପଢନ୍ତୁ

ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଡାଏଲିସିସ ୟୁନିଟରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ୟୁନିଟରେ ପାଣି ସମସ୍ୟା ଥିବାରୁ ଆଜି ରୋଗୀମାନଙ୍କର ଡାଏଲିସିସ ହୋଇ ପାରି ନଥିବା ଅଭିଯୋଗ ହୋଇଛି। ଏନେଇ ରୋଗୀମାନେ ସିଡିଏମଓ ଅଫିସ ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଅଭିଯୋଗ ଅନୁସାରେ, ଗତକାଲି ଠାରୁ ଡାଏଲିସିସ ୟୁନିଟରେ ପାଣି ନଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାତ୍ର ତାହା ଉପରେ କର୍ତ୍ତୃପକ୍ଷ କୌଣସି ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି।

ଡାଏଲିସିସ ୟୁନିଟରେ ପାଣି ସମସ୍ୟା, ଧାରଣା ଦେଲେ ରୋଗୀ

ଆଜି ସକାଳେ ଡାଏଲିସିସ ପାଇଁ ମେଡିକାଲକୁ ଆସିଥିବା ରୋଗୀମାନଙ୍କର ପାଣି ସମସ୍ୟା ପାଇଁ ସମ୍ଭବ ହୋଇ ନଥିଲା। ଯାହାଦ୍ୱାରା ରୋଗୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟରେ ଏମିତି ସମସ୍ୟା ଥିବା ବେଳେ କର୍ତ୍ତୃପକ୍ଷ ଦାୟିତ୍ୱହୀନତା ଏଠାରେ ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି। ସେମିତି ନିରାକାର ପରିଡା ନାମକ ଜଣେ ରୋଗୀ ଡାଏଲିସିସ ପାଇଁ ଆସିଥିବା ବେଳେ ଏମିତି ସମସ୍ୟା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପଟେ ପାଣି ସମସ୍ୟା ସମାଧାନ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଇଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.