ETV Bharat / state

ଆହତ ଗାଈଗୋରୁଙ୍କ ସେବାରେ ସମର୍ପିତ 'ଆଦର୍ଶ ଯୁବ ପରିଷଦ ସ୍ବେଚ୍ଛାସେବୀ ସଂଗଠନ'

author img

By ETV Bharat Odisha Team

Published : Oct 3, 2023, 10:12 PM IST

ଆହତ ଗାଈଗୋରୁଙ୍କ ସେବାରେ ନିୟୋଜିତ ସ୍ବେଚ୍ଛାସେବୀ ସଂଗଠନ
ଆହତ ଗାଈଗୋରୁଙ୍କ ସେବାରେ ନିୟୋଜିତ ସ୍ବେଚ୍ଛାସେବୀ ସଂଗଠନ

ଆଜି ବି ପଶୁପକ୍ଷୀମାନଙ୍କ ପ୍ରତି ବଞ୍ଚି ରହିଛି ମାନବିକତା । କେବଳ ମଣିଷ ନୁହେଁ ବରଂ ପଶୁପକ୍ଷୀଙ୍କ ସେବାରେ ମଧ୍ୟ ସମାଜସେବୀ ନିୟୋଜିତ ରହି ସେମାନଙ୍କୁ ଉତ୍ତମ ଚିକିତ୍ସା ସାଙ୍ଗକୁ ସେମାନଙ୍କର ରକ୍ଷଣାବେକ୍ଷଣ କରୁଛନ୍ତି। ଅଧିକ ପଢ଼ନ୍ତୁ

ଆହତ ଗାଈଗୋରୁଙ୍କ ସେବାରେ ନିୟୋଜିତ ସ୍ବେଚ୍ଛାସେବୀ ସଂଗଠନ

ବାଲେଶ୍ବର: ଆଜି ବି ପଶୁପକ୍ଷୀମାନଙ୍କ ପ୍ରତି ବଞ୍ଚି ରହିଛି ମାନବିକତା । ଏବେର ବ୍ୟସ୍ତବହୁଳ ଜୀବନ ଭିତରେ ସମାଜରେ ଏକ ଦୁର୍ବଳ ଶ୍ରେଣୀର ଲୋକେ ଅବହେଳାର ଶୀକାର ହୋଇଥାଆନ୍ତି, ସେଠାରେ ପଶୁପକ୍ଷୀଙ୍କ କଥା ପଚାରେ କିଏ । କିନ୍ତୁ ଅନେକ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀ ସମାଜ ସେବାରେ ଲିପ୍ତ ରହି ମାନବିକତା ପ୍ରତିପାଦନ କରୁଥିବା ଦେଖିବାକୁ ମିଳୁଛି । ଏହାରି ଭିତରେ କେବଳ ଯେ ମଣିଷ ତାହା ନୁହେଁ ବରଂ ପଶୁପକ୍ଷୀଙ୍କ ସେବାରେ ମଧ୍ୟ କିଛି ସମାଜସେବୀ ନିୟୋଜିତ ରହି ସେମାନଙ୍କୁ ଉତ୍ତମ ଚିକିତ୍ସା ସାଙ୍ଗକୁ ସେମାନଙ୍କର ରକ୍ଷଣାବେକ୍ଷଣ କରୁଛନ୍ତି । ସେହିପରି ଏକ ଘଟଣା ଏବେ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୋର ଅଞ୍ଚଳର ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ସଦସ୍ୟମାନେ ଦୁର୍ଘଟଣାରେ ଆହତ ହେଉଥିବା ଗୋରୁ ଗାଈ, ଷଣ୍ଢ ଆଦିଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ପରିଷଦ ଦ୍ୱାରା ଅନେକ ସମୟରେ ଅସହାୟ ଏବଂ କିଛି ଆବଶ୍ୟକତା କରୁଥିବା ଲୋକଙ୍କ ନିକଟରେ ସହଯୋଗର ହାତ ବଢ଼ାଇ ଦିଆଯାଇଛି । ଏବେ ଗାଈଗୋରୁ ଏବଂ ଶଣ୍ଢମାନଙ୍କ ପ୍ରତି ସେବା ଯୋଗାଇ ପୁଣିଥରେ ମାନବିକତାର ପରିଚୟ ଦେଇଛି ଆଦର୍ଶ ଯୁବ ପରିଷଦ । ସୋର ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ଷଣ୍ଢମାନଙ୍କୁ ଉଦ୍ଧାର କରି କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଚିକିତ୍ସା କରୁଛନ୍ତି ଯୁବ ପରିଷଦ ସଦସ୍ୟମାନେ ।

ଏହା ମଧ୍ୟ ପଢ଼ନ୍ତୁ...ଗୃହପାଳିତ ପଶୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆଣିବ BMC, ମନ୍ତ୍ରୀ କହିଲେ କୁକୁର କାମୁଡ଼ା ପ୍ରସଙ୍ଗରେ ସଜାଗ ବିଭାଗ

ତେବେ ପରିଷଦର ସଦସ୍ୟମାନେ ବର୍ତ୍ତମାନ ସୁଦ୍ଧା ପ୍ରାୟ 15ରୁ ଉର୍ଦ୍ଧ୍ଵ ଆହତ ଷଣ୍ଢ ଓ ଗାଈଗୋରୁଙ୍କ ଚିକିତ୍ସା କରି ଆରୋଗ୍ୟ କରିଛନ୍ତି ପରିଷଦର ସଦସ୍ୟମାନେ । ଦୁର୍ଘଟଣା ଗ୍ରସ୍ତ ଷଣ୍ଡ ଓ ଗାଈ ଗୋରୁମାନଙ୍କୁ ଉଦ୍ଧାର କରି ଦିନ ରାତି ଅଦଳ ବଦଳ କରି ଆଦର୍ଶ ଯୁବ ପରିଷଦର ସଦସ୍ୟ ସଦସ୍ୟା ମାନେ ଚିକିତ୍ସା ଜାରି ଜାରି ରଖିଥାଆନ୍ତି। ଆଦର୍ଶ ଯୁବ ପରିଷଦର ସଦସ୍ୟ ସଦସ୍ୟା ମାନେ ସେହି ଷଣ୍ଡ ଓ ଗାଈ ଗୋରୁମାନଙ୍କର ମଳ ମୂତ୍ର ପରିଷ୍କାର କରିବା, କ୍ଷତ ବିକ୍ଷତ ସ୍ଥାନର ଚିକିତ୍ସା କରିବା , ଇଞ୍ଜେକ୍ସନ ଦେବା ସହିତ ଚାରି ଓଳି ନଡା, ତୋରାଣି, ଘାସ, ପରିବା ଚୋପା ପ୍ରଦାନ କରୁଛନ୍ତି । ପରିଷଦର ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟ ଗ୍ରାମବାସୀ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ....କୁକୁର ସେବାରେ ସମର୍ପିତ ଅକ୍ରୁର

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.