ETV Bharat / state

ଆଇପିଏଲ ବେଟିଂ ଅଭିଯୋଗରେ 8 ଯୁବକ ଅଟକ

author img

By

Published : Nov 11, 2020, 9:44 AM IST

sahadevkhunta thana police busts ipl betting 8 detained
ଆଇପିଏଲ ବେଟିଂ ଅଭିଯୋଗରେ 8 ଯୁବକ ଅଟକ

ଆଇପିଏଲ ବେଟିଂ ଅଭିଯୋଗରେ 8 ଯୁବକ ଅଟକ । 26 ହଜାର ଟଙ୍କା ସହ 11ଟି ମୋବାଇଲ ଜବତ । ଅଧିକ ପଢନ୍ତୁ...

ବାଲେଶ୍ଵର: ଆଇପିଏଲ ବେଟିଂ ଅଭିଯୋଗରେ 8 ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏହାସହ ନଗଦ 26 ହଜାର ଟଙ୍କା ଓ 11ଟି ମୋବାଇଲ ଜବତ ହୋଇଛି ।

ଆଇପିଏଲ ବେଟିଂ ଅଭିଯୋଗରେ 8 ଯୁବକ ଅଟକ

ସୂଚନା ଅନୁସାରେ, 10ରେ ଆଇପିଏଲର ଫାଇନାଲ ମ୍ୟାଚ ରହିଥିଲା । ବାଲେଶ୍ବରର ଏକ ହୋଟେଲରେ କିଛି ଯୁବକ ଆଡ୍ଡା ଜମାଇ ଲକ୍ଷଲକ୍ଷ ଟଙ୍କା ବେଟିଂରେ ଲଗାଇଥିଲେ । ସହଦେଵଖୁଣ୍ଟା ଥାନା ପୋଲିସ ଏହାର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିଲା । କ୍ରାଇମ ଡିଏସପିଙ୍କ ନେତୃତ୍ୱରେ ହୋଟେଲରେ ଚଢାଉ କରାଯାଇଥିଲା । ସେଠାରୁ 8ଜଣ ଯୁବକଙ୍କୁ କାବୁ କରିଛି ପୋଲିସ । ସମ୍ପୃକ୍ତ ଯୁବକମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.