ETV Bharat / state

ଲୁଟେରା ଗ୍ୟାଙ୍ଗର ନୂଆ ତରିକା, ପ୍ରେମୀ ଯୁଗଳ ଓ ଦମ୍ପତିଙ୍କୁ କରୁଛନ୍ତି ଟାର୍ଗେଟ

author img

By ETV Bharat Odisha Team

Published : Nov 10, 2023, 9:59 PM IST

ଲୁଟେରା ଗ୍ୟାଙ୍ଗ ଗିରଫ
ଲୁଟେରା ଗ୍ୟାଙ୍ଗ ଗିରଫ

ବଢିବାରେ ଲାଗିଛି ଦୃର୍ବୁତ୍ତଙ୍କ ପାଦୁର୍ଭାବ । ବାଲେଶ୍ବରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ପ୍ରେମୀ ଯୁଗଳ ଏବଂ ଦମ୍ପତିଙ୍କୁ କରୁଛନ୍ତି ଟାର୍ଗେଟ । ଏଭଳି ମାମଲାରେ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଲୁଟେରା ଗ୍ୟାଙ୍ଗ ଗିରଫ

ବାଲେଶ୍ୱର: ଦିନକୁ ଦିନ ବାଲେଶ୍ବରରେ ବଢିବାରେ ଲାଗିଛି ଦୃର୍ବୁତ୍ତଙ୍କ ପାଦୁର୍ଭାବ । ବାଲେଶ୍ବର ଜିଲ୍ଲାର କୁରୁଡ଼ା ଜ୍ୟୋତି ହସ୍ପିଟାଲ ଛକ ନିକଟରୁ ଚାନ୍ଦିପୁର ଯାଏ ଲମ୍ବିଥିବା ନୂଆ ପୃଫ ରୋଡ଼ ଏବେ ଅସାମାଜିକଙ୍କ ଅଡ୍ଡା ସ୍ଥଳୀ ପାଲଟିଛି । ଛିନତାଇ ଗ୍ୟାଙ୍ଗ ସକ୍ରିୟ ହୋଇଥିବା ସହ ଏବେ ପ୍ରେମୀ ଯୁଗଳ ଏବଂ ଦମ୍ପତିଙ୍କୁ ଟାର୍ଗେଟ କରି କରୁଛନ୍ତି ଲୁଟ । ଏମିତି ଏକ ମାମଲାରେ ସଦର ଥାନା ପୋଲିସ 3 ଜଣ ଅଭିଯୁକ୍ତଙ୍କ ସମେତ ଜଣେ ନାବାଳକ ସମ୍ପୃକ୍ତ ରହିଥିବା ବେଳେ ସମୁଦାୟ 4 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ, 4ଟି ମୋବାଇଲ, ଗୋଟିଏ ଲୁହା ପାଇପ ଜବତ କରାଯାଇଛି ।

ସୂଚନା ଅନୁସାରେ, ଚାନ୍ଦିପୁର ଆଡକୁ ଲମ୍ବିଥିବା ଏହି ରାସ୍ତାର ପାଛୋଡ଼ିଆ ନିକଟରେ ଏକ ପାର୍କ ରହିଛି । ଏହାସହ ଏହି ରାସ୍ତା ସଲଟ ରୋଡ଼କୁ ସଂଯୋଗ କରୁଥିବା ଯୋଗୁଁ ନୂଆ ରାସ୍ତାରେ ଲୋକମାନଙ୍କ ଅଧିକ ଯାତାୟତ ରହୁଥିବା ଦେଖିବାକୁ ମିଳେ । ନୂଆ ରାସ୍ତାରେ ଗାଡ଼ି ମୋଟର ଯାଉଥାଏ ସତ ହେଲେ ରାସ୍ତା କଡ଼ରେ କୌଣସି ଲାଇଟ ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ଉଠାଉଛନ୍ତି ଛିନତାଇ ଗ୍ୟାଙ୍ଗ । ରାସ୍ତାର କୌଣସି ଏକ ନିଜନ ସ୍ଥାନରେ ଛକି ରହି ଏହି ଗ୍ୟାଙ୍ଗ ପ୍ରେମୀ ଯୁଗଳ ଏବଂ ଦମ୍ପତି ମାନଙ୍କୁ ଟାର୍ଗେଟ କରି ଲୁଟୁଥିଲେ । ଏକୁଟିଆ ସେମାନଙ୍କୁ ପାଇ ଜୋର ଜବରଦସ୍ତି ଭୟ ଦେଖାଇ ସେମାନଙ୍କର ବିଭିନ୍ନ ପ୍ରକାର ଫଟୋ ଉଠାଇ ଧମକ ଚମକ ଦେଇ ଟଙ୍କା ପଇସା ଲୁଟ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.......ରାଜଗାଙ୍ଗପୁର ପୋଲିସକୁ ବଡ ସଫଳତା, ଆତଙ୍କ ଖେଳାଇଥିବା ଲୁଟେରା ଗ୍ୟାଙ୍ଗ କାବୁ

ଏହା ମଧ୍ୟରେ ଗତ 1 ତାରିଖରେ ଦୁଇଜଣ ଭାଇ ଭଉଣୀ ସେହି ରାସ୍ତାରେ ଆସୁଥିବା ବେଳେ ଶୌଚ ପାଇଁ ଯୁଧିଷ୍ଠିରପୁର ଛକ ନିକଟରେ ଅଟକି ଥିଲେ । ଏହାର ସୁଯୋଗ ନେଇ ଏହି ଗ୍ୟାଙ୍ଗ ସେମାନଙ୍କୁ ଡରାଇ ଧମକାଇ ସେମାନଙ୍କ ବିଭିନ୍ନ ପ୍ରକାର ଫଟୋ ଉଠାଇବା ସହ ସେସବୁ ଭାଇରାଲ କରିବାର ଧମକ ଦେଇ ସେମାନଙ୍କୁ ଲୁଟ କରିଥିଲେ । ଏହାସହ ଫୋନ ପେ ଜରିଆରେ ଟଙ୍କା ପଠାଇବା ପାଇଁ ଧମକ ଦେଇଥିଲେ । ଏନେଇ ସଦର ଥାନା ପୋଲିସ ନିକଟରେ ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ଏହାପରେ 4 ଜଣଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଖାଲି ସେତିକି ନୁହଁ ଏହି ରାସ୍ତାରେ ଲୁଟେରାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏମିତି ଗ୍ୟାଙ୍ଗ ଏବେ ବେଶ ସକ୍ରିୟ ହୋଇଛି । ଏଥିପାଇଁ କୌଣସି ସମୟରେ ଏମିତି ଲୁଟର ଶିକାର ହେଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ସଦର ଏସଡିପିଓ ଶଶାଙ୍କ ଶେଖର ବେଉରା କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.