ETV Bharat / state

ବାହାନଗା ଟ୍ରେନ ଟ୍ରାଜେଡି ପରେ ସ୍ବାଭାବିକ ଟ୍ରେନ ଚଳାଚଳ, ଗଡ଼ିଲା ପାସେଞ୍ଜର ଟ୍ରେନ୍‌

author img

By

Published : Jun 5, 2023, 8:48 AM IST

Updated : Jun 5, 2023, 9:33 AM IST

passenger-trains-starts-running-on-balasore-bahanaga-railway-track
ବାହାନଗାରେ ଟ୍ରେନ ଚଳାଚଳ ସ୍ବାଭାବିକ

ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର 53 ଘଣ୍ଟାରୁ ଅଧିକ ସମୟ ପରେ ବାହାନଗା ଟ୍ରାକ୍‌ରେ ଗଡ଼ିଲା ଯାତ୍ରୀବାହୀ ଟ୍ରେନ । ଅଧିକ ପଢନ୍ତୁ

ବାହାନଗା ଟ୍ରେନ ଟ୍ରାଜେଡି ପରେ ସ୍ବାଭାବିକ ଟ୍ରେନ ଚଳାଚଳ

ବାଲେଶ୍ବର: ବାହାନଗା ଛାତିଥରା ଟ୍ରେନ ଦୁର୍ଘଟଣା ପରେ 51 ଘଣ୍ଟା ନନଷ୍ଟଫ ପୁନରୁଦ୍ଧାର ପରେ ଶେଷରେ ବାଲେଶ୍ବର ବାହାନଗା ଟ୍ରାକରେ ଟ୍ରେନ ଚଳାଚଳ ହୋଇଛି । ଉଭୟ ଅପ୍ ଓ ଡାଉନ ଲାଇନ ମରାମତି ପରେ ଗତକାଲି (ରବିବାର) ରାତିରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଗଡିବା ପରେ ଆଜି (ସୋମବାର) ଟ୍ରାକରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଛି । ପ୍ରଥମେ ସାଲିମାର ପରେ ପୁରୁଷୋତ୍ତମ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି ।

ଦୁର୍ଘଟଣାଗ୍ରସ୍ତ ବାହାନଗା ରେଳ ଟ୍ରାକରେ ପାସେଞ୍ଜର ଟ୍ରେନ ଚଳାଚଳ କରିଛି । ପ୍ରଥମେ ସାଲିମାର ଓ ପରେ ପୁରୁଷୋତ୍ତମ ଏକ୍ସପ୍ରେସ ଚାଲିଛି । ଦୁର୍ଘଟଣାର 2 ଦିନ ପରେ ଗତକାଲି (ରବିବାର) ରାତିରେ ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଥମେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଚାଲିଥିଲା । ଆଜି ସକାଳୁ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ ଚାଲିଛି । ରବିବାର ରାତିରେ ପ୍ରଥମେ ମାଲବାହୀ ଟ୍ରେନ ଚଳାଯାଇ ପରୀକ୍ଷା କରାଯାଇଥିବା ଏହି ସମୟରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଟ୍ରେନ ଗଡିବା ପରେ ସେ ହାତଯୋଡି ଭଗବାନଙ୍କୁ ସ୍ମରଣ ଶୁଭ ମନାସି ଥିବା ଦେଖିବାକୁ ମିଳିଥିଲା । ରେଳୱେ ବିଭାଗରେ ଅକ୍ଳାନ୍ତ ପରିଶ୍ରମ ପରେ ବାହାନଗା ରେଳ ଷ୍ଟେସନରେ ସ୍ଥିତି ସ୍ବାଭାବିକ ହୋଇଥିଲା ଏହା ପରେ ଟ୍ରେନ ଚଳାଚଳ କରିଛି ।

ଦୁର୍ଘଟଣା ପରେ ଟ୍ରାକ ମାରାମତି କାମ ଜୋରଦାର ହୋଇଥିଲା । 1 ହଜାରରୁ ଅଧକ କର୍ମଚାରୀ ନିୟୋଜିତ ହୋଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ହୋଇଥିଲା । 4ଟି ଜେସିବି, 6ଟି କ୍ରେନ, ୱେଲଡିଂ ମେସିନ, ଲାଇନମ୍ୟାନ, ବିତ୍ୟୁତ କର୍ମଚାରୀ, ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ କାର୍ଯ୍ୟରେ ଲାଗିଥିଲେ । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବିତ୍ୟୁତକରଣକାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ତୁରନ୍ତ ସ୍ଥାପନ କରିବା ଏକପ୍ରକାର ଚାଲେଞ୍ଜ ହୋଇଥିଲା । ନିୟୋଜିତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଟ୍ରାକ ସଜଡା ହୋଇଥିଲା । ଏହାପରେ ସେଫ୍ଟି ଚେକିଂ କରାଯାଇ ପରୀକ୍ଷାମୂଳକ ଭାବେ ପ୍ରଥମେ ମାଲବାହୀ ଟ୍ରେନ ଗଡିଥିଲା ।

ଏହା ବି ପଢନ୍ତୁ...Train Accident: 51 ଘଣ୍ଟା ପରେ ଚାଲିଲା ଟ୍ରେନ, ପରୀକ୍ଷାମୂଳକ ଭାବେ ଗଡିଲା ମାଲଗାଡି

ଏହା ବି ପଢନ୍ତୁ...CAG Report 2022: ସତର୍କ କରାଇଥିଲା ସିଏଜି, ସୁରକ୍ଷା ସଞ୍ଚାଳନ ଓ ଟ୍ରାକ ନବୀକରଣ ପାଇଁ ଥିଲା ପରାମର୍ଶ

ପ୍ରକାଶଥାଉ କି, ବାଲେଶ୍ବର ବାହାନଗା ରେଳ ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ, ଯଶୋବନ୍ତପୁର-ହାୱାଡା ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଧକ୍କା ହେବା ଫଳରେ ଭୟଙ୍କର ଛାତିଥରା ଦୁର୍ଘଟଣା ଘଟିଥିଲା । ଏଥିରେ 275 ଜଣଙ୍କର ମୃତ୍ୟୁ ହୋଇଥିଲା । 1000ରୁ ଅଧିକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ଘଟିବା ପରେ ପ୍ରଥମେ ସ୍ଥାନୀୟ ଲୋକ ଓ ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ଦୀର୍ଘ 20 ଘଣ୍ଚାରୁ ଅଧିକ ସମୟ ଉଦ୍ଧାର କାର୍ଯ୍ୟ ପରେ ଟ୍ରାକ ପୁନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଭୁବେଶ୍ବର ଏମ୍ସ ଓ ବାଲେଶ୍ବରରେ ରଖାଯାଇଥିବା ମୃତଦେହକୁ ଚିହ୍ନଟ ପାଇଁ ସେମାନଙ୍କ ସମ୍ପର୍କୀୟଙ୍କ ଲମ୍ବା ଲାଇନ ଲାଗିଛି । ଏବେ ସୁଦ୍ଧା 120ରୁ ଅଧିକ ମୃତଦେହ ଚିହ୍ନଟ ହୋଇଥିବା ଜଣାପଡିଛି ।

Last Updated :Jun 5, 2023, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.