ETV Bharat / state

ବର୍ଷା ପାଣି ନିଷ୍କାସନ ନହେବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ

author img

By

Published : Sep 27, 2019, 7:58 PM IST

ଫଟୋ ସୌଜନ୍ୟ: ସମ୍ବାଦାତା, ବାଲେଶ୍ବର

ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ସୋର ପୌରପରିଷଦର କମରପୁର ଉଚ୍ଚପ୍ରାଥମିକ ସ୍କୁଲରେ ପାଣି ଜମି ରହିଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ନିଷ୍କାସନ ନହେବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଶ୍ରେଣୀଗୃହକୁ ଯାଇ ପାରିନଥିଲେ । ଫଳରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ବାହାରେ ରଖି ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଭିତରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା । ସ୍କୁଲ ଭିତରୁ ପାଣି ନିଷ୍କାସନ ହୋଇ ନ ପାରିବାରୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀମାନେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏମିତି ଘଟଣା ଘଟିଛି ସୋର ଅଞ୍ଚଳରେ।

ଭିଡିଓ ସୌଜନ୍ୟ: ସମ୍ବାଦାତା, ବାଲେଶ୍ବର

ସୋର ପୌରପରିଷଦର କମରପୁର ଉଚ୍ଚପ୍ରାଥମିକ ସ୍କୁଲରେ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିଥିଲା । ଏମିତିକି ପାଣି ଜମିବା ଯୋଗୁଁ କୁନି କୁନି ପିଲାମାନେ ସ୍କୁଲ ଶ୍ରେଣୀଗୃହକୁ ଯାଇ ପରିନଥିଲେ । ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ବାହାରେ ରଖି ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୀର୍ଘ ସମୟ ସେଠାରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି।

ବାଲେଶ୍ବର ରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସ୍କୁଲ ଭିତରେ ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ସ୍କୁଲ ଭିତରୁ ପାଣି ନିଷ୍କାସନ ହୋଇ ନ ପାରିବାରୁ ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀମାନେ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା।
ଏମିତି ଘଟଣା ଘଟିଛି ସୋର ଅଞ୍ଚଳରେ। ସୋର ପୌରପରିଷଦର କମରପୁର ଉଚ୍ଚପ୍ରାଥମିକ ସ୍କୁଲରେ ଲଗାଣ ବର୍ଷା ଯୋଗୁଁ ପାଣି ଜମି ରହିଥିଲା। ଏମିତିକି ପାଣି ଜମିବା ଯୋଗୁଁ କୁନିକୁନି ପିଲାମାନେ ସ୍କୁଲ ଶ୍ରେଣୀଗୃହକୁ ପଶିବା ସମ୍ଭବ ହୋଇ ନଥିଲା। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ବାହାରେ ରଖି ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୀର୍ଘ ସମୟ ସେଠାରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.