ETV Bharat / state

ବାଲେଶ୍ଵର ମେଡିକାଲରେ ମହଜୁଦ ଅକ୍ସିଜେନ ସିଲିଣ୍ଡର

author img

By

Published : May 3, 2021, 5:14 PM IST

କୋରୋନାର ଦ୍ଵିତୀୟ ଲହର ଯୋଗୁଁ ବର୍ତ୍ତମାନ ଅକ୍ସିଜେନ ଅଭାବ ଘଟଣା ସାମ୍ନାକୁ ଆସୁଛି । ଏଥିପାଇଁ ବାଲେଶ୍ଵର ମେଡିକାଲ ପ୍ରଶାସନ ଅକ୍ସିଜେନ ଅଭାବ ନ ରହିବା ପ୍ରତି ସମସ୍ତ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ବାଲେଶ୍ଵର ମେଡିକାଲରେ ମହଜୁଦ ଅକ୍ସିଜେନ ସିଲିଣ୍ଡର
ବାଲେଶ୍ଵର ମେଡିକାଲରେ ମହଜୁଦ ଅକ୍ସିଜେନ ସିଲିଣ୍ଡର

ବାଲେଶ୍ବର: କୋରୋନାର ଦ୍ଵିତୀୟ ଲହର ଯୋଗୁଁ ବର୍ତ୍ତମାନ ଅକ୍ସିଜେନ ଅଭାବ ଘଟଣା ସାମ୍ନାକୁ ଆସୁଛି । ଏଥିପାଇଁ ବାଲେଶ୍ଵର ମେଡିକାଲ ପ୍ରଶାସନ ଅକ୍ସିଜେନ ଅଭାବ ନ ରହିବା ପ୍ରତି ସମସ୍ତ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି । ଏଥିପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା 100 ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଥିବାବେଳେ ସେଥିରୁ 80ଟିରେ ଅକ୍ସିଜେନ ସଂଯୋଗ କରାଯାଇଛି ।

ବାଲେଶ୍ଵର ମେଡିକାଲରେ ମହଜୁଦ ଅକ୍ସିଜେନ ସିଲିଣ୍ଡର

ଏହାସହ 20ଟି ଆଇସିୟୁ ମଧ୍ୟ ରହିଛି । ଅନ୍ୟପଟେ ଜ୍ୟୋତି କୋଭିଡ ହସ୍ପିଟାଲ ମଧ୍ୟ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଜ୍ୟୋତି କୋଭିଡ ହସ୍ପିଟାଲରେ 90ଟି ଅକ୍ସିଜେନ ବିଶିଷ୍ଟ ଶଯ୍ୟା ରହିଥିବାବେଳେ 15 ଟି ଆଇସିୟୁ ରହିଛି । ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ମହଜୁଦ କରି ରଖାଯାଇଥିବାବେଳେ ବଡ଼ ସିଲିଣ୍ଡର 425 ଟି ଓ 650 ଟି ଛୋଟ ସିଲିଣ୍ଡର ମହଜୁଦ ରଖାଯାଇଛି । ଏହାସହ ପାଇପରେ ମଧ୍ୟ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.