ETV Bharat / state

ଗଣେଶ ପୂଜା ପ୍ରସାଦ ଖାଇ 30ରୁ ଊର୍ଦ୍ଧ୍ଵ ଅସୁସ୍ଥ

author img

By ETV Bharat Odisha Team

Published : Sep 20, 2023, 8:38 PM IST

Updated : Sep 20, 2023, 8:53 PM IST

villagers taken ill after consuming prasad
ପ୍ରସାଦ ଖାଇ 30ରୁ ଉର୍ଦ୍ଧ୍ଵ ଅସୁସ୍ଥ

ଗଣେଶ ପୂଜା ଭୋଗ ଖାଇ 30ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବାଲେଶ୍ବର ଜିଲ୍ଲା ବାହାନଗାର ସରସତିଆ ଗ୍ରାମରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ

ପ୍ରସାଦ ଖାଇ 30ରୁ ଊର୍ଦ୍ଧ୍ଵ ଅସୁସ୍ଥ

ବାଲେଶ୍ବର: ପାର୍ବଣ ଋତୁ ଆରମ୍ଭରେ ଅଘଟଣ । ସାମୂହିକ ପ୍ରସାଦ ସେବନ କରିବା ପରେ 30ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବାହନଗା ବ୍ଲକ ପଣପଣା ପଞ୍ଚାୟତରେ ସରସତିଆ ଗ୍ରାମରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଗଣେଶ ପୂଜା ଭୋଗ ଖାଇ 30ରୁ ଅଧିକ ଅସୁସ୍ଥ ହୋଇଥିବା ଜଣାପଡିଛି । ଗ୍ରାମର 15 ନମ୍ବର ୱାର୍ଡ ଜେନାସାହିରେ ଗଣେଶ ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଗଣେଶ ପୂଜା ସରିବା ପରେ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମବାସୀ ପ୍ରସାଦ ଖାଇ ଘରକୁ ଫେରିଥିଲେ । ଆଉ ତା'ପରେ ହଠାତ 30ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ, ପ୍ରସାଦ ସେବନ କରି ଫେରିବା ପରେ ରାତିରେ କିଛି ଲୋକଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ ହୋଇଥିଲା । କିଛି ଲୋକଙ୍କୁ ଝାଡ଼ାବାନ୍ତି ହେବା ସହ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଦେଇଥିଲା । ଯେଉଁଥିରେ କ୍ରମଶଃ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଅସୁସ୍ଥମାନଙ୍କୁ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଚିକିତ୍ସା ପରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇଥିବା ସୂଚନା ରହିଛି । ପୂଜା ପର୍ବରେ ସାମାନ୍ୟ ଅସାଵଧାନତା କିମ୍ବା ଖାଦ୍ୟ ବିଷକ୍ରିୟା ପାଇଁ ଏମିତି ଘଟଣା ଘଟିଥିବା କୁହାଯାଉଛି ।

ଏହା ବି ପଢନ୍ତୁ...ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଅସୁସ୍ଥ

ଏହା ବି ପଢନ୍ତୁ...Food Poisoning ! ବିଷାକ୍ତ ଖାଦ୍ୟ ଖାଇ ଶିକ୍ଷୟିତ୍ରୀଙ୍କ ସମେତ ୩ ମୃତ, ଜଣେ ଗୁରୁତର

ତେବେ ପୂର୍ବରୁ ମଧ୍ୟ ଭୋଜି ଖାଇ ଅନେକ ସ୍ଥାନରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବାର ନଜିର ରହିଛି । ବିଶେଷ କରି ବର୍ଷା ଦିନେ ଅନେକ ସ୍ଥାନରେ ଝାଡା ବାନ୍ତି ରୋଗ ବ୍ୟାପିଥାଏ । ଗତ କିଛି ଦିନ ଧରି କୋରାପୁଟ ଦଶମନ୍ତପୁରରେ ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ସେହିପରି ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଦୂଷିତ ପାନୀୟଜଳ କିମ୍ବା ବିଷାକ୍ତ ଖାଦ୍ୟ ଖାଇ ଗୁରୁତର ହେଉଛନ୍ତି ଲୋକେ । ଏଭଳି ସ୍ଥିତିରେ ସଚେତନତା ଜରୁରୀ ହୋଇପଡ଼ିଛି । ବିିଶେଷ କରି ପାର୍ବଣ ସମୟରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥାଏ । ତେବେ ପ୍ରସାଦ ପ୍ରସ୍ତୁତି କରିବା ସମୟରେ ପରିଷ୍କାର ପରିଚ୍ଛନତା ସହ ଖାଦ୍ୟ ତିଆରି କରିବା ଆବଶ୍ୟକ । ଖାଦ୍ୟ ପ୍ରସ୍ତୁତି ସମୟରେ ସତର୍କତା ଅବଲମ୍ବନ କଲେ ଏଭଳି ଅଘଟଣକୁ ଏଡ଼ାଇ ଦିଆଯାଇ ପାରିବ।

ଇଟିଭି ଭାରତ, ବାଲେଶ୍ବର

Last Updated :Sep 20, 2023, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.