ETV Bharat / state

ବଣୁଆ ହାତୀ ଦଳିବାରୁ ବୃଦ୍ଧଙ୍କ ମୃତ୍ୟୁ

author img

By

Published : May 15, 2022, 6:33 PM IST

ବଣୁଆ ହାତୀ ଦଳିବାରୁ ବୃଦ୍ଧଙ୍କ ମୃତ୍ୟୁ
ବଣୁଆ ହାତୀ ଦଳିବାରୁ ବୃଦ୍ଧଙ୍କ ମୃତ୍ୟୁ

ବାଲେଶ୍ୱର ଜିଲ୍ଲା ଔପଦା ରେଞ୍ଜ ଅଧିନ ବେତେଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ରେଞ୍ଜ ଅଧିନ ବେତେଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ହାତୀ ଦଳି ଦେଇଥିବା ଜଣାପଡିଛି । ଗ୍ରାମର ମହେଶ୍ୱର ଦେଉରୀ(ବୟସ 70) ଜଙ୍ଗଲକୁ ଯାଇଥିବାବେଳେ କିଛି ହାତୀପଲ ତାଙ୍କୁ ଗୋଡ଼ାଇଥିଲା ।

ବଣୁଆ ହାତୀ ଦଳିବାରୁ ବୃଦ୍ଧଙ୍କ ମୃତ୍ୟୁ

ହାତୀଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେ ଦଉଡିବା ଆରମ୍ଭ କରିଥିଲେ । କିଛିବାଟ ଦଉଡିବା ପରେ ସେ ତଳେ ପଡିଯାଇଥିଲେ । ଫଳରେ ଏକ ହାତୀ ତାଙ୍କୁ ଶୁଣ୍ଢରେ କଚାଡିବା ସହ ଗୋଡ଼ରେ ଦଳି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଔପଦା ରେଞ୍ଜ ଓ କପ୍ତିପଦା ରେଞ୍ଜ କର୍ମଚାରୀମାନେ ପହଞ୍ଚି ହାତୀକୁ ଘଉଡ଼ାଇଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.