ETV Bharat / state

ବିହାରକୁ କୋରୋନା ଟୀକା ପ୍ରଦାନ ଅଗ୍ରାଧିକାର ନେଇ ରଣେନ୍ଦ୍ର ପ୍ରତାପଙ୍କ ପ୍ରତିକ୍ରିୟା

author img

By

Published : Oct 25, 2020, 9:48 AM IST

ବିହାରକୁ କୋରୋନା ଟୀକା ପ୍ରଦାନ ଅଗ୍ରାଧିକାର ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କ ପ୍ରତିକ୍ରିୟା
ବିହାରକୁ କୋରୋନା ଟୀକା ପ୍ରଦାନ ଅଗ୍ରାଧିକାର ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କ ପ୍ରତିକ୍ରିୟା

କୋରୋନା ମହାମାରୀ ପାଇଁ ଏବେ ସାରା ବିଶ୍ଵ ଚିନ୍ତିତ ଥିବା ବେଳେ ଏହାର ଟୀକା ପ୍ରସ୍ତୁତ ନେଇ ସମସ୍ତେ ଲାଗି ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ବିହାରରେ ପ୍ରଥମେ ଟୀକା ପ୍ରଦାନ ନେଇ ବିଜେପି ପକ୍ଷରୁ କୁହାଯାଇଥିଲା। ଅଧିକ ଖବର ପଢନ୍ତୁ...

ବାଲେଶ୍ବର: ମହାମାରୀ କାଳରେ ଟୀକା ଚିନ୍ତା। ସମସ୍ତେ କୋଭିଡ୍ କାୟାରେ କଲବଲ ହେଉଥିବା ବେଳେ ଅପେକ୍ଷା କେବଳ ଭ୍ୟାକ୍ସିନକୁ। ସାରା ବିଶ୍ଵ ଚିନ୍ତିତ ଥିବା ବେଳେ ଏହାର ଟୀକା ପ୍ରସ୍ତୁତ ନେଇ ସମସ୍ତେ ଲାଗି ପଡ଼ିଛନ୍ତି। ଏହ ପରିପ୍ରେକ୍ଷୀରେ ବିହାରରେ ପ୍ରଥମେ ଟୀକା ପ୍ରଦାନ ନେଇ ବିଜେପି ପକ୍ଷରୁ କୁହାଯାଇଥିଲା। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିହାରକୁ କୋରୋନା ଟୀକା ପ୍ରଦାନ ଅଗ୍ରାଧିକାର ନେଇ ମନ୍ତ୍ରୀ ରଣେନ୍ଦ୍ରଙ୍କ ପ୍ରତିକ୍ରିୟା

କୋଭିଡ ଟୀକା ପାଇଁ ରାଜ୍ୟ ସରକାର ଏକ ଲଣ୍ଡନ କମ୍ପାନୀ ସହିତ ଚୁକ୍ତି କରିଛନ୍ତି। ଏଥିପାଇଁ 5 କୋଟି ଟଙ୍କା ମଧ୍ୟ ଆଗୁଆ ଦିଆ ସରିଛି। ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ପ୍ରଥମେ ଏହାକୁ ଅଗ୍ରାଧିକାର ଦିଆଯିବ। ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ କୋଭିଡ ମୃତ୍ୟୁହାର କମ ରହିଛି। ସେଥିପାଇଁ ସରକାର କାମ କରୁଛନ୍ତି ବୋଲି ମନ୍ତ୍ରୀ କହିଥିବା ବେଳେ ବିହାରକୁ ଟୀକା ଦେବାପାଇଁ ଯେଉଁ ଅଗ୍ରାଧିକାର ଦିଆଯାଉଛି ତାହାକୁ ତାତ୍ସଲ୍ୟ କରିଥିଲେ।

ଓଡିଶାରୁ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସେମାନେ ରାଜ୍ୟବାସୀଙ୍କ ହିତ ପାଇଁ ଏହିକଥା ଉପସ୍ଥାପନ କରିବା କଥା କିନ୍ତୁ ସେମାନେ ତାହା ନକରି ବିହାରକୁ ଅଗ୍ରାଧିକାର ଦେଉଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.