ETV Bharat / state

ବଜ୍ରାଘାତରେ ପୂର୍ବତନ ଆରଆଇଙ୍କ ମୃତ୍ୟୁ

author img

By

Published : Aug 16, 2019, 7:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବଜ୍ରଘାତରେ ମାଣିଖମ୍ବ ଅଞ୍ଚଳର ପୂର୍ବତନ ଆରଆଇଙ୍କ ମୃତ୍ୟୁ । ସେ ନିଜ ମାଛ ଫାର୍ମକୁ ବୁଲିବାକୁ ଯାଇଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ ।

ବାଲେଶ୍ବର: ପୁଣି ବଜ୍ରାଘାତ ନେଲା ଜୀବନ । ବଜ୍ରାଘାତରେ ମାଣିଖମ୍ବ ଅଞ୍ଚଳର ପୂର୍ବତନ ଆରଆଇ ପଞ୍ଚାନନ ରଣାଙ୍କ ମୃତ୍ୟୁ ଘଟିଛି । ସେ ନିଜ ମାଛ ଫାର୍ମକୁ ବୁଲିବାକୁ ଯାଇଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ, ମୃତ ପଞ୍ଚାନନ ଶୁକ୍ରବାର ବର୍ଷା ହେଉଥିବା ସମୟରେ ନିଜ ଫାର୍ମକୁ ବୁଲିବାକୁ ଯାଇଥିଲେ । ଏତିକି ବେଳେ ବଜ୍ରପାତ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପଞ୍ଚାନନଙ୍କୁ ବାଲେଶ୍ବର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ପରିଖି ଅଞ୍ଚଳରେ ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।


Body:ବାଲେଶ୍ୱର ସହରର ମାଣିଖମ୍ବ ଅଞ୍ଚଳର ପୂର୍ବତନ ଆରଆଇ ପଞ୍ଚାନନ ରଣା ପରିଖି ସ୍ଥିତ ନିଜ ମାଛ ଫାର୍ମକୁ ବୁଲିବାକୁ ଯାଇଥିଲେ। ଅପରାହ୍ନ ରେ ବର୍ଷା ସହ ଘଡଘଡି ହୋଇଥିବା ବେଳେ ପଞ୍ଚାନନ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କ ଡାହାଣ ପକେଟରେ ଥିବା ଏକ ମୋବାଇଲକୁ ବଜ୍ରାଘାତ କରିଥିବା କୁହାଯାଉଛି। ଘଟଣା ସ୍ଥଳରୁ ପରିବାର ଲୋକେ ପଞ୍ଚାନନଙ୍କୁ ବାଲେଶ୍ୱର ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.