ETV Bharat / state

27 ବର୍ଷ ପରେ ମିଳିଲା ନ୍ୟାୟ, ନିର୍ଦ୍ଦୋଷରେ ଖଲାସ ହେଲେ ରେଞ୍ଜ ଅଫିସର ଓ ଫରେଷ୍ଟର

author img

By

Published : Oct 31, 2022, 10:46 PM IST

27 ବର୍ଷ ପରେ ମିଳିଲା ନ୍ୟାୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ପୂର୍ବତନ ରେଞ୍ଜ ଅଫିସର ଅଶ୍ବିନୀ କୁମାର ମହାନ୍ତି ଓ ଫରେଷ୍ଟର ଯଶଚନ୍ଦ୍ର ନାୟକ ଦୀର୍ଘ 27 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ । ସରକାରୀ ଅର୍ଥ ଆତ୍ମସାତ ମାମଲାରୁ ଉଭୟ ଦୋଷମୁକ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

former Keonjhar forester and range officer got justice after twenty seven years in a corruption case in Balasore
27 ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲେ ରେଞ୍ଜ ଅଫିସର ଓ ଫରେଷ୍ଟର

ବାଲେଶ୍ବର: 27 ବର୍ଷ ପରେ ମିଳିଲା ନ୍ୟାୟ । 27 ବର୍ଷ ପରେ ନ୍ୟାୟ ପାଇଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡର ପୂର୍ବତନ ରେଞ୍ଜ ଅଫିସର ଅଶ୍ବିନୀ କୁମାର ମହାନ୍ତି ଓ ଫରେଷ୍ଟର ଯଶଚନ୍ଦ୍ର ନାୟକ (forester and range officer got justice)। ସରକାରୀ ଅର୍ଥ ଆତ୍ମସାତ ମାମଲାରୁ ଉଭୟ ଦୋଷମୁକ୍ତ ହୋଇଛନ୍ତି । ଦୀର୍ଘ 27 ବର୍ଷ ପରେ ବାଲେଶ୍ବର ଭିଜିଲାନ୍ସ ଅଦାଲତର ସ୍ବତନ୍ତ୍ର ଜଜ୍ ଶିଖାରାଣୀ ରଥ ଆଜି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ସାକ୍ଷ୍ୟପ୍ରମାଣ ଅଭାବରୁ ଉଭୟଙ୍କ ବିରୋଧରେ ମାମଲା ଖାରଜ କରିଛନ୍ତି କୋର୍ଟ ।

୧୯୯୫-୯୬ ମସିହାରେ କେନ୍ଦୁଝର ଜିଲ୍ଲାର ତତ୍କାଳୀନ DFO ଆନନ୍ଦପୁର ବନଖଣ୍ଡ ଗୋଏଲମୁଣ୍ଡାରୁ ହାତୀଚପଲ ଗ୍ରାମ ପର୍ଯ୍ୟନ୍ତ ୮ କିମି ଜଙ୍ଗଲ ରାସ୍ତା ନିର୍ମାଣ ପାଇଁ ୨ ଲକ୍ଷ ୪୦ ହଜାର ଟଙ୍କା ମଞ୍ଜୁର କରିଥିଲେ । ତତ୍କାଳୀନ ରେଞ୍ଜ ଅଧିକାରୀ ଅଶ୍ବିନୀ କୁମାର ମହାନ୍ତି ରାସ୍ତା ନିର୍ମାଣ ଦାୟିତ୍ବରେ ଥିଲେ । ତେବେ କାମ ଠିକ୍ ଭାବେ ନ କରି ମଞ୍ଜରୁ କରିଥିବା ଟଙ୍କାରୁ ୬୩ ହଜାର ୫୭୫ ଟଙ୍କା ଆତ୍ମସାତ୍‌ କରିଥିବା ବାଲେଶ୍ବରର ତତ୍କାଳୀନ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଏନେଇ ଅଦାଲତରେ ୧୩(୨), ୧୩(୧) ଧାରା(D), ଦଫା ୪୦୯, ୪୬୮, ୪୭୧, ୪୭୭(A) ଓ ୧୨୩ (B)ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହି ମାମଲାର ଶୁଣାଣି ପାଇଁ ସରକାରଙ୍କ ପକ୍ଷରୁ ୧୮ ଜଣଙ୍କ ସାକ୍ଷୀ ଓ ୮ଟି ଦଲିଲ ଦସ୍ତାବିଜ୍‌କୁ ବିଚାର ପରିସରଭୁକ୍ତ କରାଯାଇଥିଲା । ଅଭିଯୁକ୍ତଙ୍କ ପକ୍ଷରୁ ୩ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ । ସମସ୍ତ ସାକ୍ଷ୍ୟ ଓ ଦଲିଲ୍ ଦସ୍ତାବିଜ୍‌ର ବିବରଣୀକୁ ସମୀକ୍ଷା କରିଥିଲେ କୋର୍ଟ । ଏହାପରେ ପୂର୍ବତନ ରେଞ୍ଜ ଅଫିସର ଅଶ୍ବିନୀ କୁମାର ମହାନ୍ତି ଓ ଫରେଷ୍ଟର ଯଶଚନ୍ଦ୍ର ନାୟକଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅଶ୍ବିନୀ କୁମାର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରବିନ୍ଦ ବାରିକ, ଚନ୍ଦନ କୁମାର ସିଂହ ଓ ଜୟନ୍ତୀ ବାରିକ ମାମଲାର ପରିଚାଳନା କରିଥିଲେ । ଯଶଚନ୍ଦ୍ର ନାୟକଙ୍କ ପାଇଁ ଆଇନଜୀବୀ ଶଶାଙ୍କ ଶେଖର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ । ତେବେ ଉଭୟଙ୍କୁ ୨୭ ବର୍ଷର ସଂଘର୍ଷ ପରେ ନ୍ୟାୟ ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.