ETV Bharat / state

ଲକଡାଉନ ପୂର୍ବରୁ ବଜାର ଭିଡ, ଫାଇନ ଆଦାୟ କଲା ପୋଲିସ

author img

By

Published : May 4, 2021, 4:46 PM IST

due-to-lock-down-market-crowds-in-balasore-will-corona-infections-increase
ଲକଡାଉନ ଯୋଗୁଁ ବଜାରରେ ଭିଡ, ଫାଇନ ଆଦାୟ କଲା ପୋଲିସ

ଆସନ୍ତା 5 ତାରିଖ ଠାରୁ 14 ଦିନିଆ ଲକଡାଉନ ଯୋଗୁଁ ଲୋକଙ୍କ ମଧ୍ୟରେ ବ୍ୟସ୍ତତା ବୃଦ୍ଧି ପାଇଛି । ବଜାର ସଉଦା ପାଇଁ ବଜାରରେ ନାହିଁ ନଥିବା ଭିଡ଼ ଲଗାଇଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ କଠୋର ହୋଇଛି ପୋଲିସ ପ୍ରଶାସନ । ଅଧିକ ପଢନ୍ତୁ...

ବାଲେଶ୍ବର: ଆସନ୍ତା 5 ତାରିଖ ଠାରୁ 14 ଦିନିଆ ଲକଡାଉନ ଯୋଗୁଁ ଲୋକଙ୍କ ମଧ୍ୟରେ ବ୍ୟସ୍ତତା ବୃଦ୍ଧି ପାଇଛି । ସଉଦା ପାଇଁ ବଜାରରେ ନାହିଁ ନଥିବା ଭିଡ଼ ଲଗାଇଥିବା ଦେଖିବାକୁ ମିଳୁଛି ।

ଲକଡାଉନ ଯୋଗୁଁ ବଜାରରେ ଭିଡ, ଫାଇନ ଆଦାୟ କଲା ପୋଲିସ

ସହରର ପ୍ରମୁଖ ସ୍ଥାନ ଗୁଡିକରେ ଲୋକଙ୍କ ମାତ୍ରାଧିକ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଗୋଟିଏ ପଟେ କୋରୋନା ସଂକ୍ରମଣ ରୋକିବା ପାଇଁ ସମାଜିକ ଦୂରତା ଆବଶ୍ୟକ ହୋଇଥିବା ବେଳେ ଅନ୍ୟପଟେ ଲୋକମାନେ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି । ଏହାକୁ ନେଇ କଠୋର ହୋଇଛି ପୋଲିସ ପ୍ରଶାସନ ।

ସହରର ଭିଡ଼ ଅଞ୍ଚଳରେ ପୋଲିସ ପହଞ୍ଚି ନିୟନ୍ତ୍ରଣ କରିବା ଦେଖିବାକୁ ମିଳିଛି । ଏହାସହ ପାର୍କିଂ, ସାମାଜିକ ଦୂରତା ଉପରେ ଲକ୍ଷ୍ୟ ଦିଆଯାଇଛି । ଯେଉଁମାନେ ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି ସେମାନଙ୍କ ପାଖରୁ ଫାଇନ ଆଦାୟ କରାଯାଉଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.