ETV Bharat / state

ବୋଟିଂ ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Sep 26, 2019, 1:32 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ଜିଲ୍ଲା ବାମପଦା ସ୍ଥିତ ନୋସି ବିଜନେସ ପାର୍କର ବୋଟିଂ ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅଧିକ ଖବର ପଢନ୍ତୁ...

ବାଲେଶ୍ବର: ବୋଟିଂ ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ବାମପଦା ସ୍ଥିତ ନୋସି ବିଜନେସ ପାର୍କର ବୋଟିଂ ପୋଖରୀରୁ ଏହି ମୃତଦେହ ଉଦ୍ଧାର ହୋଇଛି ।

ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଚିନ୍ତାମଣିପୁର ଗ୍ରାମର କେଳୁ ଚରଣ ମୁଦୁଲିଙ୍କ ଦୁଇ ପୁଅ ଓ ବୋହୂ ବାଣିଜ୍ୟ ମେଳାରେ ସାମଗ୍ରୀ ବିକ୍ରି ପାଇଁ ଷ୍ଟଲ ଲଗାଇଥିଲେ । ତେବେ ଗତକାଲି ଦିନ 1ଟା 30 ବେଳେ ଅଚ୍ୟୁତାନନ୍ଦ ମୁଦୁଲି କୁଆଡେ ଯିବା ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରିନଥିଲେ । ଶେଷରେ ଭାଇ ଓ ଭାଉଜ ତାଙ୍କ ନିଖୋଜ ନେଇ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ଆଜି ସନ୍ଧ୍ୟାରେ ଅଚ୍ୟୁତାନନ୍ଦଙ୍କ ମୃତଦେହ ନୋସି ବିଜନେସ ପାର୍କର ବୋଟିଂ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରିଛି । ଏଥିସହ ଘଟଣା ପଛର ସତ୍ୟାସତ୍ୟ ଜଣାଇବା ପାଇଁ ତଦନ୍ତ ଆରମ୍ଭ କରିଛି । ସେପଟେ ଅଚ୍ୟୁତାନନ୍ଦଙ୍କ ପରିବାର ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ବାମପଦା ସ୍ଥିତ ନୋସି ବିଜିନେସ ପାର୍କ ବୋଟିଂ ପୋଖରୀରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ବାଣିଜ୍ୟ ମେଳାରେ ଷ୍ଟଲ ଲଗାଇବାକୁ ଆସିଥିବା ବ୍ଯବସାୟୀ ବୋଟିଙ୍ଗି ପୋଖରୀ ରେ ପଡି ପ୍ରାଣ ହରାଇଥିବା ଜଣାପଡିଛି।
ନୀଳଗିରି ଥାନା ଚିନ୍ତାମଣିପୁର ଗ୍ରାମର କେଳୁ ଚରଣ ମୁଦୁଲି ଙ୍କ ଦୁଇ ପୁଅ ଓ ବୋହୁ ନୋସି କୁ ନିଜର ମାଟିରେ ନିର୍ମିତ ସାମଗ୍ରୀ ବିକ୍ରି କରିବା ପାଇଁ ଷ୍ଟଲ ଲଗାଇ ଥିଲେ। ଗତ କାଲି ଦିନ 1ଟା 30 ବେଳେ ଅଚ୍ଯୁତା ନନ୍ଦ ମୁଦୁଲି ସେଠାରୁ କେଉଁ ଆଡେ ଚାଲି ଯାଇ ଦୀର୍ଘ ସମୟ ଯାଏ ଫେରି ନଥିଲେ। ଶେଷରେ ଭାଇ ଓ ଭାଉଜ ତାଙ୍କ ନିଖୋଜ ନେଇ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଆଜି ସନ୍ଧ୍ୟାରେ ଅଚ୍ଯୁତା ନନ୍ଦଙ୍କ ଶବ ବୋଟିଂ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଶିଳ୍ପାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣା ପଛର ସତ୍ୟାସତ୍ୟ ପାଇଁ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.