ETV Bharat / state

ଦୁଇଟି କଣ୍ଟେନରରୁ 70 ଗୋରୁ ଉଦ୍ଧାର

author img

By

Published : Jul 19, 2020, 5:11 PM IST

ଦୁଇଟି କଣ୍ଟେନରରୁ 70 ଗୋରୁ ଉଦ୍ଧାର
ଦୁଇଟି କଣ୍ଟେନରରୁ 70 ଗୋରୁ ଉଦ୍ଧାର

ବାଲେଶ୍ବର ଜିଲ୍ଲା ବେଗୁନିଆ ନିକଟରୁ ଦୁଇଟି କଣ୍ଟେନରରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ପୋଲିସ ଜାଣିପାରି ଚଢ଼ାଉ କରି ଗୋରୁ ମାନଙ୍କୁ ଉଦ୍ଧାର କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଲେଶ୍ବର: ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରୁ ବେଆଇନ ଭାବେ ଗୋ-ଚାଲାଣ ବୃଦ୍ଧି ପାଉଛି । ବେଗୁନିଆ ନିକଟରୁ ଦୁଇଟି କଣ୍ଟେନରରେ ବେଆଇନ ଭାବେ ଗୋ ଚାଲାଣ ହେଉଥିବା ପୋଲିସ ଜାଣିପାରି ଚଢ଼ାଉ କରି ଗୋରୁ ମାନଙ୍କୁ ଉଦ୍ଧାର କରିଛି ।

କଣ୍ଟେନରରେ ଗୋରୁମାନଙ୍କୁ ଅମାନୁଷିକ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ସୋର ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉରେ ଦୁଇଟି କଣ୍ଟେନରରୁ 70 ଗାଈ ଉଦ୍ଧାର କରାଯାଇଛି । ଏହାସହ କଣ୍ଟେନର ଗୁଡିକ ଜବତ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.