ETV Bharat / state

ଚାଷୀଙ୍କ ସମସ୍ୟା ନେଇ ଯୋଗାଣ କାର୍ଯ୍ୟାଳୟ ଘେରିଲା ବାଲେଶ୍ବର ବିଜେପି

author img

By

Published : Jul 2, 2021, 4:10 PM IST

ଚାଷୀଙ୍କ ସମସ୍ୟା ନେଇ ଯୋଗାଣ କାର୍ଯ୍ୟାଳୟ ଘେରିଲା ବିଜେପି
ଚାଷୀଙ୍କ ସମସ୍ୟା ନେଇ ଯୋଗାଣ କାର୍ଯ୍ୟାଳୟ ଘେରିଲା ବିଜେପି

ଚାଷୀଙ୍କ ସମସ୍ୟାକୁ ନେଇ ବାଲେଶ୍ବର ଯୋଗାଣ କାର୍ଯ୍ୟାଳୟକୁ ଘେରିଛି ବିଜେପି । ଅଧିକ ପଢନ୍ତୁ...

ବାଲେଶ୍ବର: ଚାଷୀଙ୍କ ବ୍ୟାପକ ସମସ୍ୟା ଜିଲ୍ଲାରେ ଦେଖିବାକୁ ମିଳୁଛି । ଏହାସହିତ ଧାନମଣ୍ଡିର ଅବ୍ୟବସ୍ଥାକୁ ଜିଲ୍ଲା ବିଜେପି ବିରୋଧ କରିଛି । ଏଥିଲାଗି ବାଲେଶ୍ଵର ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଘେରାଉ କରି 6 ଦଫା ଦାବି ଉପସ୍ଥାପନ କରାଯାଇଛି।

ଚାଷୀଙ୍କ ସମସ୍ୟା ନେଇ ଯୋଗାଣ କାର୍ଯ୍ୟାଳୟ ଘେରିଲା ବିଜେପି

ଧାନର ବ୍ୟାପକ କଟନୀ ଛଟନୀ, ମଣ୍ଡି ଅବ୍ୟବସ୍ଥା, ମିଲର୍ସ ଓ ସରକାରଙ୍କ ମଧୁଚନ୍ଦ୍ରିକାକୁ ବ୍ୟାପକ ଭାବେ ବିରୋଧ କରିଛି ବିଜେପି । ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ମଣ୍ଡି ଆଗରେ ଧାନ ପଡି ପଡି ଗଜା ହେବାକୁ ବସିଲାଣି । ମଣ୍ଡିରେ ଚାଷୀଙ୍କ ଧାନକୁ କଟନୀ ଛଟନୀ କରାଯିବା, ଚାଷୀଙ୍କୁ ଅଖା, ସୁତୁଲି ଓ ପରିବହନ ଖର୍ଚ୍ଚ ହଡପ ନକରିବା ସହ ଟୋକନ ଲ୍ୟାପ୍ସ ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶୃତି ଅନୁଯାୟୀ ଉଠାଇବା, ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣିବା ଏବଂ ମିଲର ମାନଙ୍କର ରାଜୁତିକୁ ମଣ୍ଡିରୁ ସମାପ୍ତ କରିବା ଭଳି ଦାବି ହୋଇଛି ।

ଏନେଇ ଦଳ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଶୁକ୍ରବାର ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ବିଜେପି ଚାଷୀଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.