ETV Bharat / state

ଅଘୋଷିତ ବିଦ୍ୟୁତ କାଟ ନେଇ ବିଜେପିର ଧାରଣା

author img

By

Published : Jun 7, 2021, 2:32 PM IST

ବାଲେଶ୍ବର ମୁଖ୍ୟ ସହର ଓ କେତେକ ଅଞ୍ଚଳରେ ବିନା ଘୋଷଣାରେ ବିଦ୍ୟୁତ କାଟକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ...

ବିଜେପି ଯୁବମୋର୍ଚ୍ଚାର ଧାରଣା
ବିଜେପି ଯୁବମୋର୍ଚ୍ଚାର ଧାରଣା

ବାଲେଶ୍ଵର: ଜିଲ୍ଲାରେ ବିନା ଘୋଷଣାରେ ଘନ ଘନ ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଧାରଣାକୁ ଓହ୍ଲାଇଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।

ବିଜେପି ଯୁବମୋର୍ଚ୍ଚାର ଧାରଣା

ବାଲେଶ୍ବର ମୁଖ୍ୟ ସହର ଓ କେତେକ ଅଞ୍ଚଳରେ ବିନା ଘୋଷଣାରେ ବିଦ୍ୟୁତ କାଟ ହେଉଛି । ସହରାଞ୍ଚଳରେ 24ଘଣ୍ଟାରୁ ପ୍ରାୟ 6ରୁ7 ଘଣ୍ଟା ଧରି ପାୱାର କଟ କରାଯାଉଛି । ଗ୍ରାମାଞ୍ଚଳ କଥା ନ କହିବା ଭଲ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ମାନସ ଦତ୍ତ । ବତ୍ୟା ୟସ ପରେ ଜିଲ୍ଲାରେ ଖୁବ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ଶକ୍ତିମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ବାତ୍ୟା ୟସକୁ 10ରୁ ଅଧିକ ଦିନ ହୋଇଥିଲେ ବି ବିଦ୍ୟୁତ ସେବା ସ୍ବଭାବିକ ହୋଇନାହିଁ । ରାଜ୍ୟ ସରକାରଙ୍କର ଏହି ବ୍ୟବସ୍ଥାରୁ ନିନ୍ଦା କରିଛି ବିଜେପି ଯୁବ ମୋର୍ଚ୍ଚା ।

ବିଦ୍ୟୁତ ବିଭାଗର ଏପରି ଅଘୋଷିତ ବିତ୍ୟୁତ କାଟ ଫଳରେ ମେ ଜୁନ ମାସର ଡହ ଡହ ଖରାରେ ଲୋକ ଅସ୍ତବ୍ୟସ୍ତ ହେଉଛନ୍ତି । ଏପରି ଅଘୋଷିତ ବିଦ୍ୟୁତ କାଟ ବିରୋଧ କରି ବିଜେପି ପକ୍ଷରୁ ସହରର କାଳୀ ମନ୍ଦିର ନିକଟରେ ଥିବା ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ଏହା ଜଲଦି ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.