ETV Bharat / state

ବାଲେଶ୍ବର ପୌରପାଳିକା କାର୍ଯ୍ୟାଳୟ ଘେରିଲା ବିଜେପି

author img

By

Published : Sep 29, 2020, 10:25 PM IST

ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ବାଲେଶ୍ବର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ଅଧିକ ପଢନ୍ତୁ..

ବିଜେପି ଘେରିଲା ବାଲେଶ୍ବର ପୌରପାଲିକା କାର୍ଯ୍ୟାଳୟ
ବିଜେପି ଘେରିଲା ବାଲେଶ୍ବର ପୌରପାଲିକା କାର୍ଯ୍ୟାଳୟ

ବାଲେଶ୍ଵର: ବିଭିନ୍ନ ଦାବି ନେଇ ବିଜେପି ପକ୍ଷରୁ ବାଲେଶ୍ବର ପୌରପାଳିକା କାର୍ଯ୍ୟାଳୟ ଘେରାଉ କରାଯାଇଛି। ପୌରପାଳିକା ଅଧିନରେ ଥିବା ବିଭିନ୍ନ ୱାର୍ଡର ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ନେଇ ଦାବି ଉଠିଛି ।

ବିଜେପି ଘେରିଲା ବାଲେଶ୍ବର ପୌରପାଲିକା କାର୍ଯ୍ୟାଳୟ

ହିତାଧିକାରୀଙ୍କ ପାଇଁ ଭତ୍ତା ବ୍ୟବସ୍ଥା, ଆତ୍ମ ନିର୍ଭର ଯୋଜନାରେ ଉଠା ଦୋକାନୀଙ୍କୁ ସହାୟତା ଓ ଋଣ ବ୍ୟବସ୍ଥାରେ ତୁରନ୍ତ ଅନ୍ତର୍ଭୁକ୍ତ କରିବା, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ, ସହରର ବିଭିନ୍ନ ରାସ୍ତାର ମରାମତି କରିବା, ପ୍ରକୃତ ହିତାଧିକାରୀଙ୍କୁ ରାସନକାର୍ଡ ଓ ଭତ୍ତା ପ୍ରଦାନ କରିବା ଭଳି ଦାବି ଉପସ୍ଥାପନ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.