ETV Bharat / state

ବାଲେଶ୍ଵର ଷ୍ଟେସନ ମଡେଲ ବିଲ୍ଡିଂ ନିର୍ମାଣ ପାଇଁ ଆଲୋଚନା

author img

By

Published : Apr 26, 2022, 2:28 PM IST

ବାଲେଶ୍ଵର ଷ୍ଟେସନ ମଡେଲ ବିଲ୍ଡିଂ ନିର୍ମାଣ ପାଇଁ ଆଲୋଚନା
ବାଲେଶ୍ଵର ଷ୍ଟେସନ ମଡେଲ ବିଲ୍ଡିଂ ନିର୍ମାଣ ପାଇଁ ଆଲୋଚନା

ବାଲେଶ୍ଵର ରେଳଷ୍ଟେସନର ମଡେଲ ବିଲ୍ଡିଂ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟ ନେଇ ଜିଲ୍ଲାପାଳ ଓ ରେଳ ଖଡଗପୁର ଡିଆରଏମଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

ବାଲେଶ୍ଵର: ବାଲେଶ୍ଵର ରେଳ ଷ୍ଟେସନର ମଡେଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ଖଡଗପୁର ଡିଆରଏମଙ୍କ ମଧ୍ୟରେ ଆଜି(ମଙ୍ଗଳବାର) ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହାସହ ନୀଳଗିରିକୁ ପାସେଞ୍ଜର ଟ୍ରେନ ଚଳାଚଳ ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା କରାଯାଇଛି । ବାଲେଶ୍ଵର ରେଳ ଷ୍ଟେସନ ପଶ୍ଚିମ ପଟେ ମଡେଲ ଗୃହ ନିର୍ମାଣ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେଠାରେ ଥିବା ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଡିଆରଏମ ।

ବାଲେଶ୍ଵର ଷ୍ଟେସନ ମଡେଲ ବିଲ୍ଡିଂ ନିର୍ମାଣ ପାଇଁ ଆଲୋଚନା

ବାଲେଶ୍ଵରର ଏଭଳି ଉନ୍ନତି ପାଇଁ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ଡିଆରଏମ କହିଛନ୍ତି । ଏହାସହ ନୀଳଗିରିକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଷ୍ଟେସନ ବିଲ୍ଡିଂ ମଝିରେ କେଉଁଠି ହେବ ଓ କେଉଁଠି କେଉଁଠି ଷ୍ଟପେଜ ରହିବ, ସେନେଇ ସ୍ଥିତି ଅନୁଧ୍ୟାନ ପାଇଁ ନୀଳଗିରି ଯାଇଛନ୍ତି ଡିଆରଏମ । ତାଙ୍କ ସହ ବରିଷ୍ଠ ଡିଭିଜିନାଲ ଇଞ୍ଜିନିୟର, ଡିଭିଜିନାଲ ଇଞ୍ଜିନିୟର, ସିନିଅର ଡିଭିଜିନାଲ ସିକ୍ୟୁରିଟି କମିଶନର ପ୍ରମୁଖ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ନୀଳଗିରି ଅଭିମୁଖେ ବାହାରିଛନ୍ତି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.