ETV Bharat / state

ଆମ୍ବୁଲାନ୍ସ ଡ୍ରାଇଭର ଆକ୍ରମଣରେ ୩ ସୁରକ୍ଷାକର୍ମୀ ଆହତ

author img

By

Published : Dec 8, 2022, 8:38 AM IST

ଆମ୍ବୁଲାନ୍ସ ଡ୍ରାଇଭର ଆକ୍ରମଣରେ ୩ ସୁରକ୍ଷାକର୍ମୀ ଆହତ
ଆମ୍ବୁଲାନ୍ସ ଡ୍ରାଇଭର ଆକ୍ରମଣରେ ୩ ସୁରକ୍ଷାକର୍ମୀ ଆହତ

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ଉନ୍ମତ୍ତକାଣ୍ଡ ଘଟଣାଇଛନ୍ତି । ଡ୍ରାଇଭର ଆକ୍ରମଣରେ ଡାକ୍ତରଖାନାର 3 ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରମଣରେ ମେଡିକାଲରେ କାର୍ଯ୍ୟରତ 3ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଏନେଇ ମେଡିକାଲ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି ।

ଆମ୍ବୁଲାନ୍ସ ଡ୍ରାଇଭର ଆକ୍ରମଣରେ ୩ ସୁରକ୍ଷାକର୍ମୀ ଆହତ

ସୂଚନା ଅନୁସାରେ, ଏକ ଘରୋଇ ଆମ୍ବୁଲାନ୍ସ ରୋଗୀଙ୍କୁ ମେଡିକାଲରେ ଛାଡିବା ପରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ସହ ଝଗଡା କରିବା ସହ ସେମାନଙ୍କୁ ମାଡ଼ ମାରିବା ପାଇଁ ଉଦ୍ୟମ କରିଥିଲେ । ଏହାକୁ ଦେଖି ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ସମ୍ପୃକ୍ତ ଡ୍ରାଇଭରଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ କହିଥିଲେ । ମାତ୍ର ଡ୍ରାଇଭର ଜଣଙ୍କ ଏତେ ମାତ୍ରାରେ ଉତ୍ୟକ୍ତ ହୋଇଯାଇଥିଲେ ଯେ ତାଙ୍କୁ ବୁଝାସୁଝା କରୁଥିବା 3ଜଣ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରକୁ ଇଟା ପଥର ଫିଙ୍ଗିଥିଲେ । ଏହାପରେ ହାତରେ ଏକ ସ୍କ୍ରୁ ଡ୍ରାଇଭର ଧରି ସୁରକ୍ଷାକର୍ମୀମାନଙ୍କୁ ଗୋଡ଼ାଇଥିଲେ । ଏ ବିଷୟରେ ସୁରକ୍ଷାକର୍ମୀମାନେ ମେଡିକାଲ ଫାଣ୍ଡିରେ ଜଣାଇବା ପରେ ପିସିଆର ଭ୍ୟାନ ମେଡିକାଲ ପରିସରରେ ପହଞ୍ଚିଥିଲା । ମାତ୍ର ସେତେବେଳକୁ ଉନ୍ମତ୍ତକାଣ୍ଡ ଭିଆଇଥିବା ସମ୍ପୃକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହାକୁ ନେଇ ମେଡିକାଲରେ କାର୍ଯ୍ୟରତ ସମସ୍ତ ସୁରକ୍ଷାକର୍ମୀ କାର୍ଯ୍ୟ ଛାଡ଼ି ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଫେରାଦ ହୋଇଛନ୍ତି । ସମ୍ପୃକ୍ତ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଘଟଣା ସମ୍ପର୍କରେ ମେଡିକାଲ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.