ETV Bharat / state

କେଉଁଠି ବିକାଶ: ଆଦର୍ଶ ଗାଁରେ ନାହିଁ ରାସ୍ତା, ଚୌକିରେ ବୁହା ହେଲେ ପ୍ରସୂତି

author img

By

Published : Aug 3, 2023, 11:53 AM IST

Updated : Aug 3, 2023, 1:40 PM IST

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ କୁରାଢ଼ୀଘସା ଅଞ୍ଚଳରେ ରାସ୍ତା ନ ଥିବାରୁ ଭାରରେ ବୁହା ହେଲେ ପ୍ରସୂତି । ଅଧିକ ପଢନ୍ତୁ

woman carried on chair
woman carried on chair

ଚୌକିରେ ବୁହା ହେଲେ ପ୍ରସୂତି

ବାଲେଶ୍ବର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଭାରରେ ବୁହା ହେଲେ ପ୍ରସୂତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ କୁରାଢ଼ୀଘସା ଅଞ୍ଚଳରେ । ଏହି ଅଞ୍ଚଳକୁ ରାସ୍ତା ନଥିବାରୁ ବାଧ୍ୟ ହୋଇ ପ୍ରସୂତିଙ୍କ ଭାରାରେ ବୁହାଯାଇଛି ।

ସୂଚନା ମୁତାବକ, ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା । ବର୍ଷାର ପ୍ରଭାବରେ ଅନେକ ଅଞ୍ଚଳର ମୁଖ୍ୟରାସ୍ତା ଧୋଇ ହୋଇ ଯିବା ଯୋଗୁଁ ଅଞ୍ଚଳବାସୀ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏହାରି ମଧ୍ୟରେ ଆଦିବାସୀ ଅଞ୍ଚଳ ରାଜସ୍ବ ଗ୍ରାମ ମହିଷାଡାଳିର କୁରାଢ଼ୀବସା ସାହିକୁ ରାସ୍ତା ନ ଥିବାରୁ ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ଘରକୁ ଭାରରେ ବୁହା ହେବା ଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

କୁରାଢ଼ୀଘସା ସାହିର ଚନ୍ଦନ ମୁର୍ମୁଙ୍କ ସ୍ତ୍ରୀ ଦାନଗି ମୁର୍ମୁଙ୍କ ପ୍ରସବ କରାଇବା ପାଇଁ ପ୍ରାୟ ତିନି ଦିନ ପୂର୍ବେ ସୋର ଡାକ୍ତରଖାନାକୁ ନେଇ ଯାଇଥିଲେ । ପ୍ରସବ ପରେ ଆଦିବାସୀ ମହିଳା ଜଣଙ୍କ ଘରକୁ ଫେରୁଥିବା ବେଳେ ସାହିକୁ ଭଲ ରାସ୍ତାଟିଏ ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇ ନ ପାରି ଅଧା ରାସ୍ତାରେ ଛାଡି ଦେଇଥିଲା । ସେହିଠାରୁ ମହିଳାଙ୍କୁ ଦୁଇ ଜଣ ଯୁବକ ଉପାୟ ଶୂନ୍ୟ ହୋଇ ଏକ ପ୍ଲାଷ୍ଟିକ ଚୌକିରେ ବସାଇ ଭାର କରି ପ୍ରାୟ ଦେଢ଼ କିମି ରାସ୍ତା ଅତିକ୍ରମ କରି ଘରେ ପହଞ୍ଚି ଥିବା ଜଣାପଡିଛି । ତେବେ ଏହି ପଞ୍ଚାୟତଟି ଦୁଇ ଥର ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ମାନ୍ୟତା ପାଇଥିବା ବେଳେ ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ଭାରରେ ବୁହା ହେବା ଘଟଣା ଔପଦା ଅଞ୍ଚଳର ବାସ୍ତବ ବିକାଶ କଥା ପଦାରେ ପକାଇଛି ।

ଏହା ମଧ୍ୟ ପଢନ୍ତୁ- ମାଲକାନଗିରିରେ ଜନନୀ ଯନ୍ତ୍ରଣା, 6 କିମି ଭାରରେ ବୁହାହେଲେ ଗର୍ଭବତୀ

ତେବେ ଗାଁକୁ ବିକାଶ କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ତୃଣମୂଳ ସ୍ତରରେ ଏହି ଯୋଜନା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ । ଆଜିବି ଅନେକ ଗାଁକୁ ରାସ୍ତା ନ ଥିବାରୁ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଖଟିଆ ବା ଚୌକି ପାଲଟିଛି ଭରସା । କାରଣ ଅପହଞ୍ଚ ଇଲାକାରେ ପକ୍କା ରାସ୍ତା ଓ ନଦୀରେ ପୋଲ ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।

ଇଟିଭି ଭାରତ, ବାଲେଶ୍ବର

Last Updated :Aug 3, 2023, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.