ETV Bharat / state

ବାଲେଶ୍ଵର ଓଭରବ୍ରିଜରେ ସିରିଜ ଦୁର୍ଘଟଣା, 4 ଗୁରୁତର

author img

By

Published : Nov 11, 2021, 6:07 PM IST

ବାଲେଶ୍ଵର ସହର ସହଦେବ ଖୁଣ୍ଟା ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଆଜି (ଗୁରୁବାର) ମଧ୍ୟାହ୍ନରେ ପୋଲ ଉପରେ ସିରିୟଲ ଦୁର୍ଘଟଣାରେ 4 ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ଵର ଓଭର ବ୍ରିଜରେ ସିରିଜ ଦୁର୍ଘଟଣା, ଚାରି ଗୁରୁତର
ବାଲେଶ୍ଵର ଓଭର ବ୍ରିଜରେ ସିରିଜ ଦୁର୍ଘଟଣା, ଚାରି ଗୁରୁତର

ବାଲେଶ୍ଵର: ବାଲେଶ୍ଵର ସହର ସହଦେବ ଖୁଣ୍ଟା ଓଭରବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଏଥିପାଇଁ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ସେହିପରି ଆଜି (ଗୁରୁବାର) ମଧ୍ୟାହ୍ନରେ ପୋଲ ଉପରେ ସିରିୟଲ ଦୁର୍ଘଟଣା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ 4 ଜଣ ଗୁରୁତର ହୋଇଛନ୍ତି ।

ବାଲେଶ୍ଵର ଓଭର ବ୍ରିଜରେ ସିରିଜ ଦୁର୍ଘଟଣା, ଚାରି ଗୁରୁତର

ଦୁଇଟି ବାଇକ ସହ ଏକ ଅଟୋର ଧକ୍କା ହେବା ଫଳରେ ଅଟୋଟି ଭାରସାମ୍ୟ ହରାଇ ବ୍ରିଜ ବାଡ ଉପରକୁ ଚଢ଼ିଯାଇଥିଲା । ଦୁର୍ଘଟଣାରେ ଅଟୋ ଚାଳକ ସମେତ ଦୁଇ ବାଇକ୍ ଆରୋହୀ ଓ ବାଇକରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ମିଶାଇ ସମୁଦାୟ 4 ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଅନ୍ୟ ଏକ ଅଟୋରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଫକୀର ମୋହନ ଗୋଲେଇରୁ ବସ୍ ଷ୍ଟାଣ୍ଡ ପଟକୁ ଯାଉଥିବାବେଳେ ଅଟୋ ଓ ବାଇକ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ପଛରୁ ଆସୁଥିବା ଏକ ବାଇକ୍ ଫସି ଯାଇଥିଲା । ଏଥିରେ ଅଟୋ ସହ ଦୁଇଟି ବାଇକ ଭାଙ୍ଗି ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ଓଭର ବ୍ରିଜ ଉପରେ ଟ୍ରାଫିକ ଜାମ ହୋଇ ଯାଇଥିବାବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.