ETV Bharat / state

ନବରାତ୍ର ପୂଜାର ଶେଷ ଦିନ, କନ୍ୟାରତ୍ନକୁ ପୂଜା କଲେ ବ୍ରତଧାରୀ

author img

By

Published : Mar 30, 2023, 9:03 PM IST

Updated : Mar 31, 2023, 8:25 AM IST

Kanya Puja
Kanya Puja

ନବରାତ୍ର ପୂଜାର ଶେଷ ଦିନରେ ବାଲେଶ୍ବର ସାଇଦୁର୍ଗା ମନ୍ଦିରରେ ବିଶେଷ ପୂଜା । କନ୍ୟାରତ୍ନଙ୍କୁ ପୂଜା କଲେ ବ୍ରତଧାରୀ । ଅଧିକ ପଢନ୍ତୁ

କନ୍ୟାରତ୍ନକୁ ପୂଜା କଲେ ବ୍ରତଧାରୀ

ବାଲେଶ୍ବର: ନବରାତ୍ର ପୂଜାର ଶେଷ ଦିନ ତଥା ନବମୀ ପୂଜା ଦିନ ମନ୍ଦିରରେ କନ୍ୟା ନବରତ୍ନ ପୂଜା ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ଗୋଲେଇ ନିକଟରେ ଥିବା ସାଇଦୁର୍ଗା ମନ୍ଦିରରେ ବାସନ୍ତିକ ଦୁର୍ଗାପୂଜା ବେଶ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । କୁନିକୁନି କନ୍ୟାରତ୍ନଙ୍କ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ବ୍ରତଧାରୀ । ଏହାସହ କନ୍ୟା ନବରତ୍ନମାନଙ୍କ ପାଇଁ ବିଶେଷ ପ୍ରସାଦ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି ।

କନ୍ୟା ନବରତ୍ନ ପୂଜାରେ ୯ଜଣ କନ୍ୟା ଯେଉଁମାନେ କି ୩ବର୍ଷରୁ ୧୨ ବର୍ଷ ଭିତରେ ସେମାନଙ୍କୁ ସଜାଇ ମନ୍ଦିର ପରିସରକୁ ଅଣାଯାଇଥିଲା । ସେଠାରେ ନବରାତ୍ର ବ୍ରତ କରିଥିବା ବ୍ରତୀ ଓ ଭକ୍ତମାନେ କନ୍ୟାମାନଙ୍କୁ ପ୍ରଥମେ ପାଦ ଧୋଇ ଦେଇଥିଲେ । ପରେ ସେମାନଙ୍କୁ କୁମକୁମ, ଅଳତା, ଶଙ୍ଖା, ଓଢଣୀ ଆଦିରେ ସଜାଇ ସେମାନଙ୍କୁ ପୂଜା କରାଯାଇଥିଲା । ଏହାପରେ ମନ୍ଦିରରେ ଥିବା ଭକ୍ତମାନେ କନ୍ୟା ନବରତ୍ନମାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରିଥିଲେ। ଶେଷରେ କନ୍ୟା ନବରତ୍ନମାନଙ୍କ ପାଇଁ ବିଶେଷ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା ।

ଏହା ବି ପଢନ୍ତୁ- Ram Navami 2023: ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ବାଲେଶ୍ଵର, ବାହାରିଲା ବିଶାଳ ଶୋଭାଯାତ୍ରା

କନ୍ୟା ନବରତ୍ନମାନଙ୍କୁ ପୂଜା କରିବା ସହ ସେମାନଙ୍କୁ ଜୁହାର ହୋଇ ଭକ୍ତମାନେ ଆଶୀର୍ବାଦ ଗ୍ରହଣ କରିଥିଲେ । ତେବେ ଏହି କନ୍ୟାରତ୍ନ ପୂଜା କରିବାର ବୈଦିକ ରୀତି ଓ ସାମାଜିକ ଚଳଣି ଉପରେ ବେଶ ପ୍ରଭାବ ପକାଇଥାଏ । ଯେଉଁଠି ନାରୀମାନଙ୍କ ପୂଜା ହୋଇଥାଏ ସେଠାରେ ଦେବତାଙ୍କ ବାସ ହୋଇଥାଏ ବୋଲି ଶାସ୍ତ୍ରରେ ରହିଛି । ଏଥିପାଇଁ ସାମାଜିକ ସ୍ତରରେ ମଧ୍ୟ ନାରୀମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ଏମିତି ପରମ୍ପରା ଆହ୍ବାନ ଦେଇଥାଏ । ଅନ୍ୟପଟେ ଶାସ୍ତ୍ର ଅନୁସାରେ, ମା' ଦୁର୍ଗା ହେଉଛନ୍ତି ସର୍ବଶିକ୍ଷା ଜନନୀ । ନିରାକାର ଗୋତ୍ରୀ । ସେ ଧରାଧାମରେ ଅବତୀର୍ଣ୍ଣ ହେବା ଯୋଗୁଁ ଆଜି ମାନବ ସୁଖରେ ଜୀବନଯାପନ କରିପାରୁଛନ୍ତି ।

ନବରାତ୍ର ବିହିତ ପୂଜା ବର୍ଷରେ ୪ଥର ହୋଇଥାଏ । ସାଧାରଣତଃ ଲୋକାଚାର ମତରେ ହେଉଛି ବାସନ୍ତୀକ ଦୁର୍ଗା ଉତ୍ସବ‌ ଓ ଶାରଦୀୟ ଦୁର୍ଗା ଉତ୍ସବ। ଗୁପ୍ତ ନବରାତ୍ର ପୂଜା ଯେଉଁ ୨ଟା ରହିଛି ତାହାକୁ ଗୁପ୍ତ ଭାବରେ ରହିଥାଏ । ତେଣୁ ନବରାତ୍ର ପୂଜାର ବିଶେଷତ୍ଵ ହେଉଛି ମା' ଦୁର୍ଗା ନବକନ୍ୟା ରୂପରେ ଅବତୀର୍ଣ୍ଣ ହୋଇଥିଲେ । ସେ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟି, ସ୍କନ୍ଧମାତା, କାଳରାତ୍ରି, କୁସପାଣ୍ଡା, ମହାଗ୍ୟରୀ, କାର୍ତାୟନୀ ଓ ସିଦ୍ଧିଦାତ୍ରୀ। ଏହି ନବରାତ୍ରରେ ନବକନ୍ୟା ଅର୍ଥାତ ମା'ଙ୍କର ନବକନ୍ୟା ରୂପରେ ଆରାଧନା କରାଯାଇଥାଏ ।

ତେଣୁ ପ୍ରତ୍ୟେକ ରୂପରେ ଫଳ,ପ୍ରଦ, ବିଶେଷତ୍ଵ ଅଲଗା ଅଲଗା ରହିଛି‌ ଏଥିପାଇଁ ନବକନ୍ୟା ରୂପରେ ନବ ଝିଅମାନଙ୍କୁ ପୂଜା କରାଯାଇଥାଏ। ମାଙ୍କର ଯେମିତି ସିନ୍ଦୂର, ଉପଚାର କୁକୁମ, ବସ୍ତ୍ର ଏବଂ ଅଗୁରୁ, ନୈବେଦ୍ୟ, ଧୂପ, ଦୀପ, ଗନ୍ଧମାଲ୍ୟ, ସବୁପ୍ରକାର ଅର୍ପଣ କରାଯାଇ ନବକନ୍ୟାଙ୍କୁ ପୂଜା କରାଯାଇଥାଏ । ଠିକ ସେମିତି ୩ ବର୍ଷରୁ ୧୨ ବର୍ଷ ମଧ୍ୟରେ ଝିଅଙ୍କୁ ମା' ଦୁର୍ଗାଙ୍କ ରୂପରେ ପୂଜା କରାଯାଇଥାଏ। ଗୁରୁବାର ଦିନ ନବରାତ୍ରର ନବମ ଦିବସରେ ଚଣ୍ଡିକାରେ ପ୍ରମାଣ ଅନୁଯାୟୀ ନବ କୁମାରୀମାନଙ୍କୁ ପୂଜା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Mar 31, 2023, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.