ETV Bharat / state

ରାକ୍ଷୀ ତିଆରିରେ ବ୍ୟସ୍ତ SHG ମହିଳା, ମନ ମୋହୁଛି ପଞ୍ଚଶସ୍ୟ ରାକ୍ଷୀ

author img

By

Published : Aug 9, 2022, 8:02 PM IST

Updated : Aug 10, 2022, 12:19 PM IST

ଭାଇ ଭଉଣୀର ପବିତ୍ର ରକ୍ଷା ବନ୍ଧନ ପାଇଁ ପଞ୍ଚଶସ୍ୟରେ ନିଖୁଣ କଳାକୃତିର ରାକ୍ଷୀ ତିଆରି କରୁଛନ୍ତି। ତେବେ ପଞ୍ଚସଶ୍ୟ ଶୁଭ ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜାରେ ମଧ୍ୟ ବ୍ୟବହାର କରାଯାଏ। ଯାଏ। ସେହିପରି ଏହି ରାକ୍ଷୀକୁ ଲୋକେ ଖୁବ କିଣୁଛନ୍ତି । ଅଧିକ ପଢନ୍ତୁ

ରାକ୍ଷୀ ତିଆରିରେ ବ୍ୟସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ
ରାକ୍ଷୀ ତିଆରିରେ ବ୍ୟସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ବଲାଙ୍ଗୀର: ଆଉ ଦିନ କେଇଟା ପରେ ଭାଇ ଭଉଣୀର ପବିତ୍ର ରକ୍ଷା ବନ୍ଧନ ପର୍ବ । ବଜାରରେ ଭଳିକି ଭଳି ରାକ୍ଷୀ ପସରା ମେଲିଛି । ଭାଇ ପାଇଁ ସେନେହ ଡୋରୀ କିଣୁଛନ୍ତି ଭଉଣୀ । ଏବା ଚର୍ଚ୍ଚାରେ ରହିଛି ବଲାଙ୍ଗୀର ମହିଳାଙ୍କ ହାତ ତିଆରି ପଞ୍ଚଶସ୍ୟ ଓ ସମ୍ବଲପୁରୀ ରାକ୍ଷୀ । ଜିଲ୍ଲାର କିଛି ମହିଳା ନିଜ ଉଦ୍ୟମରେ ରାଖୀ ତିଆରି କରି ବେଶ ଦୁଇ ପାଇସା ରୋଜଗାର କରୁଛନ୍ତି। ଖାଲି ସେତିକି ନୁହେଁ ସ୍ବତନ୍ତ୍ର କାରୀଗରିର ରାକ୍ଷୀ ତିଆରି କରି ନିଜର ଏକ ପରିଚର ତିଆରି କରିଛନ୍ତି ମହିଳା ।

ରାକ୍ଷୀ ତିଆରିରେ ବ୍ୟସ୍ତ SHG ମହିଳା ,ମନ ମୋହୁଛି ପଞ୍ଚଶସ୍ୟ ରାକ୍ଷୀ

ରାକ୍ଷୀ ସେମାନଙ୍କ ପାଇଁ ଏକ ସୁଯୋଗ ଆଣିଛି। ମହିଳାମାନେ ଘରେ ନିଜ ଉଦ୍ୟମରେ ସୁନ୍ଦର ରାକ୍ଷୀ ତିଆରି କରି ରୋଜଗାର କରୁଛନ୍ତି । ମା ମଙ୍ଗଳା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି କାମ କରିବାରେ ସଫଳ ହୋଇଛନ୍ତି । ଏମାନେ ତିଆରି କରୁଥିବାର ରାକ୍ଷୀରେ ବିଶେଶ ମହତ୍ବ ରଖିବା ସହ ଚାହିଦା ବି ବଢିଛି। ଏମାନେ ଭାଇ ଭଉଣୀର ପବିତ୍ର ରକ୍ଷା ବନ୍ଧନ ପାଇଁ ପଞ୍ଚଶସ୍ୟରେ ନିଖୁଣ କଳାକୃତିର ରାକ୍ଷୀ ତିଆରି କରୁଛନ୍ତି। ତେବେ ପଞ୍ଚସଶ୍ୟ ଶୁଭ ହୋଇଥିବା ବେଳେ ଏହାକୁ ବିଭିନ୍ନ ପୂଜାରେ ମଧ୍ୟ ବ୍ୟବହାର କରାଯାଏ। ଯାଏ। ସେହିପରି ଏହି ରାକ୍ଷୀକୁ ଲୋକେ ଖୁବ କିଣୁଛନ୍ତି। ସମାନ ଭାବରେ ଆଧୁନିକ ରାକ୍ଷୀ ସହିତ ବିଭିନ୍ନ ଦେବା ଦେବୀଙ୍କ ରାକ୍ଷୀ ଓ ସମ୍ବଲପୁରୀ ରାକ୍ଷୀ ମଧ୍ୟ ଏମାନେ ତିଆରି କରୁଛନ୍ତି । ବଜାରରେ ଏହି ରାକ୍ଷୀର ବେଶ ଚାହିଦା ରହିଛି। ମହିଳାମାନେ ନିଜର କଳାର ପ୍ରତିଭା ବିକାଶ ସାଙ୍ଗକୁ ରାକ୍ଷୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଥିବାର କହିଛନ୍ତି ।

ବଲାଙ୍ଗୀର ସହରକୁ ବାହାର ରାଜ୍ୟ ଛତିଶଗଡ଼ ରାୟପୁର କୋଲକାତା, ଦିଲ୍ଲୀ ଓ ମୁମ୍ବାଇରୁ ରାକ୍ଷୀ ଆସି ବିକ୍ରି ହୋଇଥାଏ। ଯାହା ଦେଖିବାକୁ ସୁନ୍ଦର ଥାଏ କିନ୍ତୁ ତାଠୁ ଅଧିକ କିଛି ନଥାଏ। ପ୍ଲାଷ୍ଟିକ ଭଳି ବିଭିନ୍ନ ସାମଗ୍ରୀରେ ମେସିନ ତିଆରି ଏହି ରାକ୍ଷୀ ଶସ୍ତା ଦରରେ ବିକ୍ରି ହୋଇଥାଏ। ହେଲେ ଦୁଇ ବର୍ଷ ହେବ ଏଠିକାର ମହିଳା ମାନଙ୍କ ଦ୍ବାରା ହାତ ତିଆରି ରାକ୍ଷୀ ଏହି ସବୁ ରାକ୍ଷୀକୁ ବେଶ ଟକ୍କର ଦେଉଛି। ବିଶେଷ କରି ସମ୍ବଲପୁରୀ ରାକ୍ଷୀ ଓ ପଞ୍ଚଶସ୍ୟରେ ତିଆରି ରାକ୍ଷୀ ବେଶ ଆଦୃତ ହୋଇଛି। ଲୋକ ମଧ୍ୟ ହାତ ତିଆରି ନିଖୁଣ କଳାକୃତିରେ ଭରା ଏହି ରାକ୍ଷୀକୁ କିଣିବା ପାଇଁ ଆଗେଇ ଆସୁଛନ୍ତି।

ତେବେ ପୂର୍ବରୁ ମହିଳାଙ୍କ ଏହି ହାତ ତିଆରି ରକ୍ଷୀକୁ ଓରମାସ ବିକ୍ରି କରି ମହିଳାଙ୍କୁ ଲାଭାଂଶ ଦେଉଥିଲା । ହେଲେ ଏବେ କୌଣସି ସରକାରୀ ସଂସ୍ଥା ଏମାଙ୍କ ରାକ୍ଷୀକୁ ବିକ୍ରି କରିବାର ବ୍ୟବସ୍ଥା କରି ନାହିଁ। ଏହା ସତ୍ତ୍ବେ ମହିଳାମାନେ ବିଭନ୍ନ ଦୋକାନ ଓ ବଜାରକୁ ନିଜେ ରାକ୍ଷୀ ବିକ୍ରି କରିଛନ୍ତି ଦରକାର ପଡିଲେ ସେମାନେ ମଧ୍ୟ ସିଧାସଳଖ ଗ୍ରାହକଙ୍କୁ ଏହି ରାକ୍ଷୀ ବିକ୍ରି କରୁଛନ୍ତି । କୌଣସି ସଂସ୍ଥା ପକ୍ଷରୁ ବିକ୍ରିବଟାର ବ୍ୟବସ୍ଥା ହେଲେ ରୋଜାଗାର ଦିଗରେ ସହାୟକ ହେବେ ବୋଲି କହିଛନ୍ତି ଗ୍ରୁପ ସଦସ୍ୟା । ବର୍ଷ କୁ ଥରେ ହେଲେ ମଧ୍ୟ ଏହି ମହିଳାମାନେ ଲୋକଙ୍କୁ ଆକୃଷ୍ଟ କଲା ଭଳି ରାକ୍ଷୀ ତିଆରି କରି ଦୁଇ ପଇସା ରୋଜଗାର ସହିତ ନିଜର ଏକ ପରିଚୟ ତିଆରି କରି ପାରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 10, 2022, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.