ETV Bharat / state

ପୁଣି ଯୌତୁକ ଜୁଇରେ ଆଉ ଜଣେ ବଧୂ !

author img

By

Published : Dec 18, 2022, 9:32 AM IST

ପୁଣି ଯୌତୁକ ଜୁଇରେ ବଧୂ । ଯୋତୁକ ପାଇଁ ଜଣେ ବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଅଧିକ ପଢନ୍ତୁ

dowry
dowry

ବଲାଙ୍ଗୀର: ପୁଣି ଥରେ ଯୌତୁକ ନେଲା ଜଣେ ବଧୂର ଜୀବନ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାର ମାଲପଡାରରୁ । ଉକ୍ତ ଗାଁରେ ରହୁଥିବା ମନମୋହନ ଦର୍ଜିଙ୍କ ଝାରସୁଗୁଡାର ଝିଅ କୌଶଲ୍ୟା ନାମଦେବଙ୍କ ସହ ବାହାଘର ହୋଇଥିଲା । ତେବେ ବିବାହର 10 ବର୍ଷ ବିତିଥିଲେ ସୁଦ୍ଧା ମଦ୍ୟପ ସ୍ୱାମୀ ସବୁ ବେଳେ ଟଙ୍କା ଓ ଯୌତୁକ ପାଇଁ କୌଶଲ୍ୟାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକେ କହିଛନ୍ତି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ମନମୋହନଙ୍କ ସହ ପୁଣିଥରେ କୌଶଲ୍ୟାଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ୍‌ କରିଥିଲେ । ଏହି ଗଣ୍ଡଗୋଳ ତୀବ୍ର ରୂପ ନେଇଥିଲା । ଶେଷରେ କୌଶଲ୍ୟାଙ୍କୁ ଜୀବନରୁ ମାରିଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ନେଇ ଗତକାଲି ଥାନାର ଦ୍ବାରସ୍ଥ ହୋଇଥିଲେ ମୃତ କୌଶଲ୍ୟାଙ୍କ ପରିବାର ଲୋକେ । ଏ ସମ୍ପର୍କରେ ବଲାଙ୍ଗୀର ଟାଉନ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସମ୍ପୃକ୍ତ ସ୍ୱାମୀ ମନମୋହନ ଦର୍ଜୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଏହାସହ ମୃତଦେହର ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା । ପରେ ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ମହିଳାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଝାରସୁଗୁଡାରୁ ଆସିଥିବା ମୃତ ମହିଳାଙ୍କ ପରିବାର ଲୋକେ ସ୍ବେଚ୍ଛା ସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନର ସହାୟତାରେ ମୃତଦେହ ଦାହ କରିଛନ୍ତି । ସେପଟେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.