ETV Bharat / state

ମନ୍ଦିର ଚୋରି ଘଟଣାର ମାସେ ପରେ ବି ଟେର ପାଉନି ପୋଲିସ, ଥାନା ଘେରିଲେ ଗ୍ରାମବାସୀ

author img

By

Published : Jul 12, 2021, 10:16 PM IST

ମନ୍ଦିରରୁ ଚୋରି ଘଟଣା: ମାସେ ପରେ ବି ଟେର ପାଉନି ପୋଲିସ , ଥାନା ଘେରିଲେ ଗ୍ରାମବାସୀ
ମନ୍ଦିରରୁ ଚୋରି ଘଟଣା: ମାସେ ପରେ ବି ଟେର ପାଉନି ପୋଲିସ , ଥାନା ଘେରିଲେ ଗ୍ରାମବାସୀ

ବଲାଙ୍ଗୀର ସହରର ଏକ ଜଗନ୍ନାଥ ମନ୍ଦିରରୁ ଚୋରିର ମାସେ ପରେ ମଧ୍ୟ ପୋଲିସ ହାତ ଖାଲି । ଥାନା ଘେରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ବଲାଙ୍ଗୀର: ସହରର ଏକ ଜଗନ୍ନାଥ ମନ୍ଦିରରୁ ସୁନା ଅଳଙ୍କାର ଚୋରି ଘଟଣାକୁ ମାସେ ବିତିଥିଲେ ସୁଦ୍ଧା ଏଯାଏଁ ପୋଲିସର ହାତ ଖାଲି ରହିଛି। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ବେଲପଡ଼ା ଥାନା ଘେରାଉ କରିଛନ୍ତି ।

ମନ୍ଦିରରୁ ଚୋରି ଘଟଣା: ମାସେ ପରେ ବି ଟେର ପାଉନି ପୋଲିସ , ଥାନା ଘେରିଲେ ଗ୍ରାମବାସୀ

ସମ୍ପୂର୍ଣ୍ଣ ଘଟଣା ଅନୁସାରେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଏନେଇ ବେଲପଡ଼ା ଥାନାରେ ଅଭିଯୋଗ କରିଥିଲେ ସ୍ଥାନୀୟ ଗ୍ରାମବାସୀ । କିନ୍ତୁ ଦୀର୍ଘ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଚୋରଙ୍କ ଟେର ପାଇ ପାରିନାହିଁ ପୋଲିସ । ଯାହାଫଳରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଣ୍ଡଳ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ବେଲପଡ଼ା ଥାନା ଘେରାଉ କରିଥିଲେ। ଚୋରଙ୍କୁ ଶୀଘ୍ର ଧରିବାକୁ ପୋଲିସର ଉଚ୍ଚ ଅଧିକାରୀଙ୍କ ପ୍ରତିଶ୍ରୁତି ମିଳିବା ପରେ ଘେରାଉ ହଟିଥିବା ସୂଚନା ମିଳିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.