ETV Bharat / state

ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ଘରେ ଭିଜିଲାନ୍ସ ଚଢାଉ

author img

By

Published : Dec 29, 2020, 2:17 PM IST

Vigilance raid in bank account manager in Balangir
ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର ଜିଲ୍ଲାରେ ଜଣେ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର: ପୁଣି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ସମବାୟ ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଚଢାଉ କରାଯାଇ ନଗଦ ଟଙ୍କା ସହ ସୁନା ଅଳଙ୍କାରକୁ ଜବତ କରାଯାଇଛି ।

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଆକାଉଣ୍ଟ ମ୍ୟାନେଜର ସୁଧିର କୁମାର ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସ.ପିଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଭିଜିଲାନ୍ସ ବିଭାଗର ଚାରୋଟି ଟିମ୍‌ ତିନୋଟି ସ୍ଥାନରେ ଚଢାଉ ଏବେ ମଧ୍ୟ ଜାରି ରଖିଛନ୍ତି ।

ବ୍ୟାଙ୍କ ଆକାଉଣ୍ଟ ମ୍ୟାନେଜର ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଟିମ ବଲାଙ୍ଗୀର ସହର ଭିତରେ ଥିବା ବି.ଡି.ସି.ସି ବ୍ୟାଙ୍କ, ପ୍ୟାଲେସ ଲାଇନ, ରୁଗୁଡିପଡା ଅଞ୍ଚଳରେ ବଲାଙ୍ଗୀର, ବରଗଡ, ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ବିଭାଗର ଏହି 4ଟି ଟିମ ଏକକାଳୀନ ଚଢାଉ କରିଛନ୍ତି । ତେବେ ଚଢାଉ ସମୟରେ କିଛି ନଗଦ ଟଙ୍କା, ସୁନା ଅଳଙ୍କାର ମିଲିଥିବା ବେଳେ ଘରବାଡି ସମ୍ପତ୍ତିର ଆକଳନ ମଧ୍ୟ ଜାରି ରହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.