ETV Bharat / state

ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ବଲାଙ୍ଗୀର ଠପ

author img

By

Published : Mar 28, 2022, 10:20 PM IST

ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ବଲାଙ୍ଗୀର ଠପ
ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ବଲାଙ୍ଗୀର ଠପ

ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ଆଜି ଠପ୍ ହୋଇଛି ବଲାଙ୍ଗୀର । ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ବେସରକାରୀ ଅନୁଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ଆଜି ଠପ୍ ହୋଇଛି ବଲାଙ୍ଗୀର । ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରୀ ବେସରକାରୀ ଅନୁଷ୍ଠାନ ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତେବେ ଗତ ରାତିରେ ବିଭିନ୍ନ ଟ୍ରେଡ ୟୁନିୟନ ଓ ସଂଗଠନମାନେ ପଥପ୍ରାନ୍ତ ସଭା କରି ବନ୍ଦ ଡାକରା ଦେଇଥିଲେ। ଆଜି ସକାଳୁ ଜିଲ୍ଲାରେ ପ୍ରିକେଟିଂ କରି ସବୁ ବନ୍ଦ କରିଛନ୍ତି ।

ଦୁଇ ଦିନିଆ ଭାରତ ବନ୍ଦ ଡାକରାରେ ବଲାଙ୍ଗୀର ଠପ

12 ଦଫା ଦାବି ନେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ସହରର ମୁଖ୍ୟ ରାସ୍ତାକୁ ସକାଳୁ ଅବରୋଧ କରିଛନ୍ତି । ତେବେ ଘରୋଇ କରଣ, ଚାଷୀ ସମସ୍ୟା, ଶ୍ରମିକ ସମସ୍ୟା ଓ କର୍ମଚାରୀ ମାନଙ୍କ ସମସ୍ୟା ସହ ଦରବୃଦ୍ଧିକୁ ପ୍ରତିବାଦ କରି ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଦାବିପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.