ETV Bharat / state

ପ୍ରସିଦ୍ଧ ସୁଲିଆ ଯାତ୍ରା, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

author img

By

Published : Dec 27, 2022, 2:02 PM IST

Updated : Dec 27, 2022, 2:17 PM IST

ଦୀର୍ଘ ଦୁଇ ବର୍ଷ ପରେ ଆଡ଼ମ୍ବର ସହକାରେ ବଲାଙ୍ଗୀରରେ ଅନୁଷ୍ଠିତ ହୋଇଯାଇଛି ଆଦିବାସୀ ପ୍ରସିଦ୍ଧ ସୁଲିଆ ଯାତ୍ରା । ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଛି ସୁଲିଆ ପୀଠ । ଅଧିକ ପଢ଼ନ୍ତୁ

sulia yatra
ସୁଲିଆ ଯାତ୍ରା

ପ୍ରସିଦ୍ଧ ସୁଲିଆ ଯାତ୍ରା

ବଲାଙ୍ଗୀର: ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା (Sulia Yatra) ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ପରମ୍ପରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ପୌଷ ମାସର ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗୋଟିଏ ଦିନର ବଳି ପର୍ବ ସହିତ ତିନି ଦିନ ଧରି ଆଦିବାସୀ ପାଳିବେ ସୁଲିଆ ମହୋତ୍ସବ । କୌଣସି କଟକଣା ନ ଥିବାରୁ ଏଥର ମଧ୍ୟ ପଶୁ ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ ।

ଆଦିବାସୀ ନୃତ୍ୟ ବାଦ୍ୟରେ ସୁଲିଆ ପୀଠ ପ୍ରକମ୍ପିତ ହୋଇ ଉଠିଛି । ପରମ୍ପରା ଅନୁଯାୟୀ ଆଦିବାସୀଙ୍କ ପୂର୍ବପୁରୁଷ ସୁଲିଆ ବୁଢାକୁ ଧୂପଦୀପ ନଡ଼ିଆ ଓ ପଶୁ ପକ୍ଷୀଙ୍କ ବଳି ଚଢ଼ାଇଛନ୍ତି । ଏହି ଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶ୍ରଦ୍ଧାଳୁ ଆଜି ଏକତ୍ରିତ ହୋଇଛନ୍ତି । ଆବାହମାନ କାଳରୁ ଆଦିବାସୀ ମାନେ ବର୍ଷର ପୌଷ ମାସର ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ସୁଲିଆ ଯାତ୍ରା ପାଳନ କରିଥାନ୍ତି । ଲୋକଙ୍କ ବିଶ୍ବାସ ଅନୁଯାୟୀ, ସୁଲିଆ ବୁଢାଙ୍କ ପାଖରେ ସବୁ ମାନସିକ ପୂରଣ ହୋଇଥାଏ । ମାନସିକ ପୂରଣ ହେଲେ ଧୂପ ନଡ଼ିଆ ଓ ପଶୁ ପକ୍ଷୀ ବଳି ଅର୍ପଣ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ବସିବ ବର୍ଷର ଶେଷ କ୍ୟାବିନେଟ, 10ରୁ ଅଧିକ ପ୍ରସ୍ତାବରେ ବାଜିବ ମୋହର !

ତେବେ ଏହି ପ୍ରଥା ପରମ୍ପରା ଅନୁସାରେ ଆଜି ଆଦିବାସୀ ପୂଜକ ସିଆଲ ପତ୍ର ପରିଧାନ କରି ପ୍ରଥମେ ସୁଲିଆ ବୁଢ଼ାଙ୍କ ଠାରେ ବାଉଁଶରେ ଚାଉଳ ଘିଅ ଭରି ପୂଜା କରିଥାନ୍ତି । ଉଦୀୟମାନ ସୂର୍ଯ୍ୟଙ୍କୁ ପୂଜା କରି ସୁଲିଆ ବୁଢ଼ାଙ୍କୁ ଆହ୍ୱାନ କରିଥାନ୍ତି । ସେହିପରି ସୁଲିଆ ବୁଢା ବାରୁଆଙ୍କ ଦେହରେ ଆବିର୍ଭାବ ହେଲା ପରେ ଶ୍ରଦ୍ଧାଳୁ ତାଙ୍କୁ ପୂଜା କରିବା ସହ ସେ ସମସ୍ତଙ୍କ ଦୁଃଖ ଦୁର୍ଦ୍ଦଶା ହରଣ କରିଥାନ୍ତି ବୋଲି ବିଶ୍ବାସ ରହିଛି । ସୁଲିଆ ବୁଢ଼ାଙ୍କ ନିକଟରେ ଭକ୍ତମାନେ ମାନସିକ କରିଥାନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଚଳିତ ଥର ବେଶ ଧୁମଧାମରେ ସୁଲିଆ ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର, ଏକକାଳୀନ 9ଟି ସ୍ଥାନରେ ଚଢ଼ାଉ

ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ପାଞ୍ଚଟି ସ୍ଥାନରେ ସୁଲିଆ ଯାତ୍ରା ପାଳନ ହେଉଛି । ଯେଉଁଥିରେ ମୁଖ୍ୟ ସୁଲିଆ ପୀଠ ଖଇରଗୁଡାରେ ପ୍ରବଳ ଜନ ସମାଗମ ହୋଇଛି । ଭୋରରୁ ଆରମ୍ଭ ହୋଇଥିବା ସୁଲିଆ ଯାତ୍ରାରେ ଏଯାଏଁ ଲକ୍ଷାଧିକ ପଶୁ ପକ୍ଷୀଙ୍କ ବଳି ଚଢ଼ିଛି । ଆଦିବାସୀ ତାଙ୍କ ପରମ୍ପରା ଅନୁସାରେ ଏହି ଯାତ୍ରା ପାଳନ କରିଛନ୍ତି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 27, 2022, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.