ETV Bharat / state

ଭିଜିଲାନ୍ସ ଜାଲରେ ଟିଟିଲାଗଡ ରେଞ୍ଜର, ଚାରୋଟି ସ୍ଥାନରେ ଚଢ଼ାଉ

author img

By

Published : Dec 8, 2022, 1:04 PM IST

titlagarh ranger under vigilance scanner
ଭିଜିଲାନ୍ସ ଜାଲରେ ଟିଟିଲାଗଡ ରେଞ୍ଜର, ଚାରୋଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଟିଟିଲାଗଡ ରେଞ୍ଜର ଶିବ ପ୍ରସାଦ ନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଭିଜିଲାନ୍ସ ପଞ୍ଛାରେ ଟିଟିଲାଗଡ ରେଞ୍ଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜର ଶିବ ପ୍ରସାଦ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବଲାଙ୍ଗୀର ଜିଲ୍ଲାରେ ଏକକାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସର ଚାରୋଟି ଟିମ୍ ଚଢାଉ କରୁଛନ୍ତି । ଗତ ବର୍ଷ ଶିବ ପ୍ରସାଦ ନାୟକ ସୋନପୁର ଜିଲ୍ଲା ଉଲୁଣ୍ଡାରେ ଥିବା ବେଳେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିଲା ।

ଭିଜିଲାନ୍ସ ଜାଲରେ ଟିଟିଲାଗଡ ରେଞ୍ଜର

ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ଚଢାଉ କରୁଛି ଭିଜିଲାନ୍ସ । ସଂପୃକ୍ତ ରେଞ୍ଜରଙ୍କ ଟିଟିଲାଗଡ ସ୍ଥିତ କାର୍ଯ୍ୟାଳୟ, ଟିଟିଲାଗଡ ସ୍ଥିତ ସରକାରୀ ଆବାସ ଓ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ ପାଖରେ ଥିବା ପୈତୃକ ଘର ସହ ଏକକାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି । ଯେଉଁଥିରେ ବଲାଙ୍ଗୀର, ସମ୍ବଲପୁର, ବରଗଡ ଓ ସୋନପୁର ଭିଜିଲାନ୍ସ ବିଭାଗ ସାମିଲ ଅଛନ୍ତି । ଏଯାଏଁ କୋଟି କୋଟି ଟଙ୍କାର ଘର ଜମି ଏବଂ ବହୁ ବ୍ୟାଙ୍କ ଗୁଡ଼ିକର ପାସବୁକ୍ ଭିଜିଲାନ୍ସ ଜବତ କରିଥିବାର ସୂଚନା ମିଳିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.