ETV Bharat / state

ବଲାଙ୍ଗୀରରେ କୋଭିଡରେ ପ୍ରଥମ ଶିଶୁ ମୃତ୍ୟୁ

author img

By

Published : Aug 26, 2021, 9:05 PM IST

Updated : Aug 26, 2021, 9:21 PM IST

ବଲାଙ୍ଗୀରରେ କୋଭିଡରେ ପ୍ରଥମ ଶିଶୁ ମୃତ୍ୟୁ
ବଲାଙ୍ଗୀରରେ କୋଭିଡରେ ପ୍ରଥମ ଶିଶୁ ମୃତ୍ୟୁ

ବଲାଙ୍ଗୀରରେ ପ୍ରଥମ କୋଭିଡଜନିତ ଶିଶୁ ମୃତ୍ୟୁ । ସୂଚନା ଦେଲା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଅଧିକ ପଢନ୍ତୁ...

ବଲାଙ୍ଗୀର: କୋରୋନାର ସାମ୍ଭାବ୍ୟ ୩ୟ ଲହରକୁ ନେଇ ଚିନ୍ତା ବଢିଥିବାବେଳେ ବଲାଙ୍ଗୀର ଜିଲ୍ଲାରେ କୋଭିଡରେ ପ୍ରଥମ ଶିଶୁ ମୃ୍ତ୍ୟୁ ଅଭିଯୋଗ ସାମ୍ନାକୁ ଆସିଛି । ଜିଲ୍ଲାରେ ୩ମାସର ଶିଶୁ କନ୍ୟା କୋରୋନାରେ ପ୍ରାଣ ହରାଇଥିବା ଟ୍ବିଟ ମାଧ୍ୟମରେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ନେଇ ଏଠି ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ ।

ବଲାଙ୍ଗୀରରେ କୋଭିଡରେ ପ୍ରଥମ ଶିଶୁ ମୃତ୍ୟୁ

ସେହିପରି ବର୍ତ୍ତମାନ ଜିଲ୍ଲାରେ ୨ଜଣ ଶିଶୁ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାର ବିଭାଗ କହିଛି । ସେହିପରି ସାମ୍ଭାବ୍ୟ ତୃତୀୟ ଲହର ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବାବେଳେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଏଥିପାଇଁ ସ୍ବତନ୍ତ୍ର 110ଟି ଶଯ୍ୟା ଓ 30ଟି ICU ଶଯ୍ୟା ବ୍ୟବସ୍ଥା ହୋଇଛି ବୋଲି ବିଭାଗ କହିଛି। ସେହିପରି ଆବଶ୍ୟକ ଡାକ୍ତର ଓ କର୍ମଚାରୀ ତଥା ଔଷଧର ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Aug 26, 2021, 9:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.