ETV Bharat / state

ରୋଗ କଲା ପର, ମୃତଦେହକୁ କାନ୍ଧ ଦେଲେ ତହସିଲଦାରଙ୍କ ସହ ସ୍ବେଚ୍ଛାସେବୀ

author img

By

Published : Mar 17, 2023, 1:37 PM IST

tahsildar conducted funeral in balangir
tahsildar conducted funeral in balangir

ରୋଗ କଲା ପର । ମୃତ୍ୟୁ ପରେ ମଧ୍ୟ ସମ୍ପର୍କୀୟ ଆସିଲେ ନାହିଁ । ଶେଷରେ ସ୍ଥାନୀୟ ତହସିଲଦାର ଓ ସ୍ୱେଚ୍ଛାସେବୀ କଲେ ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

tahsildar conducted funeral in balangir

ବଲାଙ୍ଗୀର: ଆଜି ବି ଆମ ସମାଜରେ ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଘର କରି ରହିଛି । ଯାହାଫଳରେ ଲୋକେ ନିଜର ଆତ୍ମୀୟଙ୍କୁ ମଧ୍ୟ ପର କରି ଦେଉଛନ୍ତି । ବଞ୍ଚିଥିବା ବେଳେ ନିଜର ସାଥ ଦେଉନଥିବା ବେଳେ ମୃତ୍ୟୁ ପରେ ମଧ୍ୟ ଶେଷକୃତ୍ୟ କରୁନାହାନ୍ତି । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଜଣେ କୁଷ୍ଠ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବଞ୍ଚିଥିବା ବେଳେ ତମାମ ତିରସ୍କାର ମିଳିଥିବା ବେଳେ ମୃତ୍ୟୁ ପରେ ମଧ୍ୟ ତାଙ୍କ ପାଖକୁ କୌଣସି ସମ୍ପର୍କୀୟ ଆସି ନାହାଁନ୍ତି । ଶେଷରେ ସ୍ୱେଚ୍ଛାସେବୀ ଓ ନିଜେ ତହସିଲଦାର ଶେଷକୃତ୍ୟ କରିଛନ୍ତି ।

ବଲାଙ୍ଗୀର ପାଟଣାଗଡ଼ ସହରରେ ରହୁଥିବା କୁଷ୍ଠ ରୋଗୀ ସୁରୁମଣୀ ତୁମନିଆଙ୍କ ଗତକାଲି(ଗୁରୁବାର) ମୃତ୍ୟୁ ହୋଇଥିଲା । ହେଲେ ପାଖ ପଡୋଶୀ କିମ୍ବା ତାଙ୍କର କୌଣସି ସମ୍ପର୍କୀୟ ପାଖକୁ ଆସିନଥିଲେ । ଏବଂ ଦୀର୍ଘ ସମୟ ମୃତଦେହ ପଡ଼ି ରହିବା ପରେ ପାଟଣାଗଡ ଜନମଞ୍ଚ ସ୍ବେଚ୍ଚାସେବୀ ସଂଗଠନ ଡିଙ୍ଗର କୁମ୍ଭାର ଓ ସ୍ଥାନୀୟ ତହସିଲଦାର ଲକ୍ଷ୍ମଣ ମାଝୀ ତଥା ଏନଏସି କାଉନସିଲର ଆସି ହିନ୍ଦୁ ରୀତିନୀତିରେ ଶେଷକୃତ୍ୟ କରିଛନ୍ତି ।

ତେବେ ସୂଚନା ଅନୁସାରେ, ମୃତ ସୁରୁମଣି ତୁମନିଆ ପାଟଣାଗଡ ଟିକେପାଲି ଗ୍ରାମର ନିବାସୀ ଅଟନ୍ତି । ତେବେ ତାଙ୍କୁ କିଛି ବର୍ଷ ପୂର୍ବରୁ କୁଷ୍ଠ ରୋଗ ହେବାରୁ ସମାଜ ଓ ପରିବାର ତାଙ୍କୁ ଏକା ଛାଡ଼ି ଦେଇଥିଲେ । ଯାହା ପରେ ସେ ପାଟଣାଗଡ଼ କାଦୋପଡ଼ାରେ ରହିଆସୁଥିଲେ । ଭତ୍ତା ଟଙ୍କାରେ ନିଜର ଜୀବିକା ନିର୍ବାହ କରୁଥିଲେ । ତେବେ ବୁଧବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କିଛି ସ୍ବେଚ୍ଛାସେବୀ ତାଙ୍କୁ ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ପାଟଣାଗଡ଼ ଜନମଞ୍ଚର ସଭାପତି ଡିଙ୍ଗର କୁମ୍ଭାରଙ୍କ କହିବା ଅନୁସାରେ,"ଗୁରୁବାର ସକାଳୁ ଏହି ବୃଦ୍ଧଙ୍କ ମୃତ ଦେହ ଅସହାୟ ଅବସ୍ଥାର ପଡିଥିବାର ଖବର ପାଇଥିଲି । ଏହାପରେ ତହସିଲଦାର ତଥା ପୋଲିସକୁ ସୂଚନା ଦେଇଥିଲେ। ସେହିପରି ମୃତକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଖବର ଦେଇଥିଲେ । ହେଲେ କୌଣସି ସମ୍ପର୍କୀୟ ଆସି ନଥିଲେ । ଶେଷରେ କିଛି ସ୍ବେଚ୍ଛାସେବୀ ମିଶି ସସମ୍ମାନରେ ସହ ବୃଦ୍ଧଙ୍କ ଅନ୍ତିମ ସଂସ୍କାର କରିଥିଲେ ।"

ଏହି ଘଟଣାପରେ ତହସିଲଦାର ଜନସାଧାରଣଙ୍କୁ ବାର୍ତ୍ତା ଦେଇ କହିଛନ୍ତି," କୁଷ୍ଠ ରୋଗ ଡିଆଁ ରୋଗ ନୁହେଁ ଏବଂ ଲୋକ ଏହାକୁ ନେଇ ସଚେତନ ହେବା ଆବଶ୍ୟକ । ସମାନ ଭାବରେ ଏହାର ଚିକିତ୍ସା ସମ୍ଭବ ଓ ଲୋକ ଠିକ୍ ହୋଇପାରିଛନ୍ତି । ତେଣୁ ରୋଗୀକୁ ତିରସ୍କାର ନ କରି ଯତ୍ନ ନେବା ଓ ଚିକିତ୍ସା କରିବା କଥା । ଏଭଳି ନିଜର ଆତ୍ମୀୟକୁ ରୋଗ ପାଇଁ ପର କରିଦେବା ଆମ ମଣିଷ ସମାଜ ପାଇଁ ନିନ୍ଦନୀୟ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.