ETV Bharat / state

ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା

author img

By

Published : Dec 14, 2021, 2:30 PM IST

ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା
ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା

ମମିତା ମେହେର ହତ୍ୟାକାଣ୍ଡ( Mamita murder case) ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣା(beating of Congress workers) ପ୍ରତିବାଦରେ ବଲାଙ୍ଗୀରରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ(Student Congress protest) ସଭା କରାଯାଇଛି । ଅଧିକ ପଢନ୍ତୁ

ବଲାଙ୍ଗୀର: ମମିତା ମେହେର ହତ୍ୟାକାଣ୍ଡ( Mamita murder case) ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣା(beating of Congress workers) ପ୍ରତିବାଦରେ ଆଜି(ମଙ୍ଗଳବାର) ବଲାଙ୍ଗୀରରେ ମଧ୍ୟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ(Student Congress protest) ସଭା କରାଯାଇଛି।

ମମିତା ହତ୍ୟାକାଣ୍ଡ ଓ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ସଭା

ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହେବା ସହ ବଲାଙ୍ଗୀର ବିଧାୟକ ତଥା ଓଡ଼ିଶା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର(Congress legislative party leader narasingha mishra) ମଧ୍ୟ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ମମିତା ହତ୍ୟାକାଣ୍ଡରେ ହାଇକୋର୍ଟର ଜଣେ ଜଜଙ୍କ ସିଧାସଳଖ ତତ୍ବାବଧାନରେରେ ଏକ SIT ଏହାର ତଦନ୍ତ କରୁ ବୋଲି ଦାବି ହୋଇଛି ।

ସେହିପରି ଓଡ଼ିଶା ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ଦାବି କରିଛନ୍ତି ଛାତ୍ର କଂଗ୍ରେସ । ଏହାସହ ମମିତାକୁ ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରେ ପୋଲିସ ବଳ ପ୍ରୟୋଗ କରିବା ଓ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଏମାନେ ଅଭିଯୋଗ କରିବା ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆଗାମୀ ଦିନରେ ଯଦି ଦାବି ପୂରଣ ନ ହୁଏ, ତେବେ କଂଗ୍ରେସ ତୀବ୍ର ଆନ୍ଦୋଳନ କରିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.