ETV Bharat / state

ମମିତା ହତ୍ୟାକାଣ୍ଡ: ଆନ୍ଦୋଳନକୁ ଓହ୍ଲାଇଲେ ସାମାଜିକ ଅନୁଷ୍ଠାନ

author img

By

Published : Oct 22, 2021, 8:16 PM IST

ମମିତା ମେହେର ହତ୍ୟାକାଣ୍ଡ: ଆନ୍ଦୋଳନକୁ ଓହ୍ଲାଇଲା ସାମାଜିକ ଅନୁଷ୍ଠାନ
ମମିତା ମେହେର ହତ୍ୟାକାଣ୍ଡ: ଆନ୍ଦୋଳନକୁ ଓହ୍ଲାଇଲା ସାମାଜିକ ଅନୁଷ୍ଠାନ

ମମିତା ମେହେର ହତ୍ୟାକାଣ୍ଡ । ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏବେ ସାମାଜିକ ଅନୁଷ୍ଠାନମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏବେ ସାମାଜିକ ଅନୁଷ୍ଠାନମାନେ ମଧ୍ୟ ମମିତାକୁ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମମିତାଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ସହ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଛନ୍ତି ।

ମମିତା ମେହେର ହତ୍ୟାକାଣ୍ଡ: ଆନ୍ଦୋଳନକୁ ଓହ୍ଲାଇଲା ସାମାଜିକ ଅନୁଷ୍ଠାନ

ଆଜି ବଲାଙ୍ଗୀର 18ଟି ଭୁଲିଆ ସମାଜ ପାଟଣାଗଡ଼ରେ ଏକ ବିରାଟ ଶୋଭାଯତ୍ରା କରିଥିଲା । ନିଜ ଜାତି ଭଉଣୀ ପାଇଁ ଏମାନେ ଉଚିତ ନ୍ୟାୟ ଦାବି କରିଥିଲେ । ତେବେ ଭୁଲିଆ ସମାଜର ଶତାଧିକ ସଦସ୍ୟ ଏଥିରେ ସାମିଲ ହେବା ସହ ପାଟଣାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ମୃତ ମମିତା ମେହେରଙ୍କ ପରିବାରକୁ ସରକାର 2 କୋଟି ଟଙ୍କା ସହାୟତା ଦେବା ସହ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି କରିଥିଲେ । ତେବେ ଦାବି ପୂରଣ ନ ହେଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.