ETV Bharat / state

ପାଟଣାଗଡ଼ରେ ସେକ୍ସ ରାକେଟ ଠାବ, ଦୁଇ ଯୁବକ ଗିରଫ

author img

By ETV Bharat Odisha Team

Published : Oct 14, 2023, 7:34 AM IST

ବଲାଙ୍ଗୀର ପାଟଣାଗଡ କାଦୋପଡାରେ ଚାଲିଥିଲା ସେକ୍ସ ରାକେଟ
ବଲାଙ୍ଗୀର ପାଟଣାଗଡ କାଦୋପଡାରେ ଚାଲିଥିଲା ସେକ୍ସ ରାକେଟ

ବଲାଙ୍ଗୀର ପାଟଣାଗଡ କାଦୋପଡାରେ ଚାଲିଥିଲା ସେକ୍ସ ରାକେଟ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କଲା ପୋଲିସ । ଅଧିକ ପଢନ୍ତୁ

ବଲାଙ୍ଗୀର ପାଟଣାଗଡ କାଦୋପଡାରେ ଚାଲିଥିଲା ସେକ୍ସ ରାକେଟ

ବଲାଙ୍ଗୀର: ଭଡ଼ା ଘରେ ଜମୁଥିଲା ରଙ୍ଗୀନ ଆସର । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କଲା ପୋଲିସ । ଏହି ଘଟଣାରେ ପୋଲିସ 2 ଜଣ ଯୁବକଙ୍କ ଗିରଫ କରିଥିବା ବେଳେ ଜଣେ ବଙ୍ଗାଳୀ ଯୁବତୀଙ୍କୁ ଉଦ୍ଧାର କରିଛି । ଏମିତି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡର କାଦୋପଡା ଠାରେ । ଏନେଇ ଶୁକ୍ରବାର ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରି ସୂଚନା ଦେଇଛନ୍ତି ।


ଏହା ମଧ୍ୟ ପଢନ୍ତୁ...ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କଲା ପୋଲିସ

ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତାଙ୍କ ସୂଚନା ଅନୁଯାୟୀ, ବଲାଙ୍ଗୀର ପାଟଣାଗଡ କାଦୋପଡାରେ ଚାଲିଥିଲା ସେକ୍ସ ରାକେଟ । ତେବେ ପାଟଣାଗଡ଼ କାଦୋପଡ଼ା ବେହେରାବନ୍ଧ ରାସ୍ତାକଡ଼ରେ ଥିବା ଗୋଟିଏ ଭଡ଼ା ଘରେ ସେକ୍ସ ରାକେଟ ଚାଲୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା ପାଟଣାଗଡ ପୋଲିସ୍ । ଗୁରୁବାର ରାତି 8ଟାରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ସେଠି ଚଢାଉ କରିଥିଲା । ଚଢାଉରେ ପଶ୍ଚିମବଙ୍ଗର ଜଣେ ଯୁବତୀ ସହିତ ପାଟଣାଗଡ ଅଞ୍ଚଳର ଦୁଇ ଜଣ ଯୁବକଙ୍କୁ ପୋଲିସ୍ ଧରିବାରେ ସକ୍ଷମ ହୋଇଥିଲା । ଅଧିକ ତଦନ୍ତ କଲାପରେ ସେଠାରେ ରୂପଜୀବୀ କାରବାର ହୋଇଥିବା ପ୍ରମାଣ ପାଇଥିଲା ପୋଲିସ୍ ।

ଚଢାଉ ସମୟରେ 2 ଜଣ ଗ୍ରାହାକ, ଜଣେ ଯୁବତୀଙ୍କ ସହ ଭଡା ଘରୁ ଅପତ୍ତିଜନକ ସାମଗ୍ରୀ, ଦୁଇଟି ମୋବାଇଲ ଫୋନ ଓ 2500 ଟଙ୍କା ଜବତ କରିଛି ପୋଲିସ l ଗିରଫ ଯୁବକ ଦୁଇ ଜଣ ହେଲେ ପାଟଣାଗଡ ବଡପଡାର ପଞ୍ଚା ମେହେର ଓ ପାଢେଲ ଗାଁର ସମ୍ପଦ ପୋଢ଼ । ଉଭୟଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଛି ପୋଲିସ୍ ।

ଏହା ମଧ୍ଯ ପଢନ୍ତୁ...ଝାରସୁଗୁଡ଼ାରେ ସେକ୍ସ ରେକେଟ ଠାବ: 14 ଗିରଫ, 13 ଯୁବତୀ ଉଦ୍ଧାର

ତେବେ ଗତ କିଛି ଦିନ ତଳେ ଝାରସୁଗୁଡାରୁ ଏକ ସେକ୍ସ ରାକେଟ ଠାବ କରିଥିଲା ପୋଲିସ । ଏହି ଚଢ଼ାଉରେ ୧୩ ଜଣ ପୁରୁଷ ଗ୍ରାହକ ଓ ଜଣେ ମହିଳା ଦଲାଲକୁ ଗିରଫ କରିବା ସହିତ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ । ଝାରସୁଗୁଡା ଟାଉନ ଥାନା ପୋଲିସ ପକ୍ଷରୁ ଏକ ଟିମ ଉକ୍ତ ହୋଟେଲରେ ରାତ୍ରିରେ ଏହି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେକ୍ସ ରାକେଟରେ ବ୍ୟବହୃତ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ୪୯ ନମ୍ବର ଜାତୀୟ ରାଜପଥ ପଞ୍ଚପଡ଼ା ନିକଟସ୍ଥ ରାସ୍ତା କଡ଼ରେ ଥିବା ଶିବଶକ୍ତି ହୋଟେଲ ଚାଲିଥିଲା ଏହି କାରବାର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.