ETV Bharat / state

ସ୍ଥାୟୀ ନିଯୁକ୍ତି ଦାବି, ଏକାଠି ହେଲେ ପଶ୍ଚିମ ଓଡ଼ିଶା ସଫେଇ କର୍ମଚାରୀ

author img

By

Published : Nov 21, 2022, 12:28 PM IST

sanitation workers protest in balangir demanding permanent requirement
ସ୍ଥାୟୀ ନିଯୁକ୍ତି ଦାବି, ଏକାଠି ହେଲେ ପଶ୍ଚିମ ଓଡ଼ିଶା ସଫେଇ କର୍ମଚାରୀ

ସ୍ଥାୟୀ ନିଯୁକ୍ତି ଦାବି ନେଇ ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ମିଳିତ ଶ୍ରମିକ ମଞ୍ଚର ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ସ୍ଥାୟୀ ନିଯୁକ୍ତି ଦାବିରେ ଏକାଠି ହେଲେ ପଶ୍ଚିମ ଓଡ଼ିଶା ସଫେଇ କର୍ମଚାରୀ । ପଶ୍ଚିମ ଓଡ଼ିଶା ମିଳିତ ଶ୍ରମିକ ମଞ୍ଚର ଆହ୍ଵାନରେ ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଓ ସମ୍ବଲପୁରର ସମସ୍ତ ସଫେଇ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଦୀର୍ଘ ଦିନରୁ ସଫେଇ କର୍ମଚାରୀମାନେ ବିଭିନ୍ନ ସଂସ୍ଥା ଓ କାର୍ଯ୍ୟାଳୟରେ ଆଉଟସୋର୍ସିଂ ଜରିଆରେ କାମ କରି ଆସୁଛନ୍ତି ।

ଏକାଠି ହେଲେ ପଶ୍ଚିମ ଓଡ଼ିଶା ସଫେଇ କର୍ମଚାରୀ

ଚାକିରିର କୌଣସି ସୁବିଧା ଏମାନେ ପାଉନଥିବାବେଳେ, ଅତି ନିମ୍ନ ଦରମାରେ ସେବା ଯୋଗାଇ ଆସୁଛନ୍ତି । ଯାହା ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ତେଣୁ ସଭିଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ପଶ୍ଚିମ ଓଡ଼ିଶା ମିଳିତ ଶ୍ରମିକ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଯଥାଶୀଘ୍ର ଦାବି ପୂରଣ ନେହେଲେ ଆଗାମୀ ଦିନରେ ଅନ୍ଦୋଳନ କରିବେ ବୋଲି କହିଛନ୍ତି । ବଲାଙ୍ଗୀର ମେଡ଼ିକାଲ ଓ ଅନ୍ୟାନ୍ୟ ସଂସ୍ଥାରେ ୨୦୦ରୁ ଅଧିକ ସଫେଇ କର୍ମଚାରୀ ଦୀର୍ଘ ବର୍ଷ ହେବ ଆଉଟ ସୋର୍ସିଂ ଜରିଆରେ କାମ କରି ଆସୁଛନ୍ତି ।

ଏମାନେ ଏବେ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି । ସେମାନଙ୍କ ଦାବି ନେଇ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ତେବେ ନିଜ ହକ୍‌ ପାଇଁ ଆଗାମୀ ଦିନରେ କିଭଳି ଆନ୍ଦୋଳନକୁ ଓହ୍ଲାଇବେ ସେନେଇ ବୈଠକରେ ଆଲୋଚନା ହେଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.