ETV Bharat / state

ବଲାଙ୍ଗୀରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ କଲେ ଆଲୋଚନା

author img

By

Published : Aug 22, 2021, 5:37 PM IST

Updated : Aug 23, 2021, 5:59 AM IST

ବଲାଙ୍ଗୀରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ କଲେ ଆଲୋଚନା

କଳାହାଣ୍ଡି ଜିଲ୍ଲା ଗସ୍ତ ପରେ ବଲାଙ୍ଗୀରରେ ଗସ୍ତ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ଅଞ୍ଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା । ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭୂତି ବାଣ୍ଚିଲେ । କହିଲେ ଦିଲ୍ଲୀ ଫେରିବା ପରେ ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବି । ଅଧିକ ପଢନ୍ତୁ...

ବଲାଙ୍ଗୀର: ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଆସିଥିବା କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଗସ୍ତ ଆଜି ବଲାଙ୍ଗିରରେ ଶେଷ ହୋଇଛି। ତେବେ ମଧ୍ୟରେ ସେ ତିନୋଟି ଜିଲ୍ଲା ର ଲୋକଙ୍କ ସହିତ ମିଶିବାକୁ ସହ ସମସ୍ତଙ୍କର ଆଶୀର୍ବାଦ ନେଇଥିବାର କହିଛନ୍ତି। ଏବଂ ଲୋକଙ୍କ ଦାବି ସମସ୍ୟା ବୁଝି ଥିବା ବେଳେ ଏସବୁର ସମାଧାନ ଓ ଦାବି ପୁରଣ କରିବାର ସେ ପ୍ରତିଶ୍ରୁତି ଦେଇଛନ୍ତି।

ବଲାଙ୍ଗୀରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ କଲେ ଆଲୋଚନା

ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଯାତ୍ରା ଆଜି ବଲାଙ୍ଗୀର ଗସ୍ତ ପରେ ସରିଛି। ତେବେ ଆଜି ସକାଳୁ ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗୀର ଗସ୍ତରେ ଆସିଥିଲେ। ଯେଉଁଥିରେ ସେ ବଲାଙ୍ଗୀର ଲୁଥୁର୍ ବନ୍ଦରୁ ତାଙ୍କର ଆଶୀର୍ବାଦ ଯାତ୍ରା ଆରମ୍ଭ କରି ଟିଟିଲାଗଡ, ହଳଦୀ, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ବେଳପଡ଼ା ପାଟଣାଗଡ଼ ଓ ପରେ ବଲାଙ୍ଗୀର ସହରକୁ ଆସିଥିଲେ। ଯେଉଁଥିରେ ତାଙ୍କ ସହିତ ବିଜେପି ରାଜ୍ୟ ଉପସଭାପତି କେଭି ସିଂହ ଦେଓ, ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ଓ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ତଥା ବିଶିଷ୍ଟ ବିଜେପି ନେତାମାନେ ସାମିଲ ହୋଇଥିଲେ।

ବଲାଙ୍ଗୀରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସହ କଲେ ଆଲୋଚନା

ତେବେ ବଲାଙ୍ଗୀର ଜିଲ୍ଲାରେ ବିଜେପି ପକ୍ଷରୁ ବାଇକ ରାଲି କରାଯାଇ ମନ୍ତ୍ରୀଙ୍କୁ ସବୁଠି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ସେହିପରି ମନ୍ତ୍ରୀ ଏହି ଗସ୍ତରେ ଶେଷରେ ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଅଭିଜ୍ଞତା ଏଠି ପ୍ରକାଶ କରିଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ନିର୍ଦ୍ଦେଶ କ୍ରମେସେ ଓଡ଼ିଶାର ପଛୁଆ ଜିଲ୍ଲା କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲା ଗସ୍ତ କରିଥିଲେ । ଏହି ମଧ୍ୟରେ ସେ ଲୋକଙ୍କ ସହ ସିଧା ସଳଖ ମିଶିବାର ଓ ଲୋକଙ୍କ ଆଶୀର୍ବାଦ ନେବାର ସୁଯୋଗ ସେ ପାଇଥିବାର କହିଛନ୍ତି।

ସେହିପରି ଏ ମଧ୍ୟରେ ସେ ଅନେକ ସମସ୍ୟା ଓ ଲୋକଙ୍କ ଦାବି ସବୁ ପାଇଥିବାର କହିଛନ୍ତି। ଦିଲ୍ଲୀ ଗଲା ପରେ ସମସ୍ୟାର ସମାଧାନ ଓ ଲୋକଙ୍କ ବିଭିନ୍ନ ଦାବି ପୂରଣ କରିବାର ଯଥା ସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି । ସମାନ ଭାବରେ ବିଭିନ୍ନ କାରଣରୁ ଅଟକି ପଡ଼ିଥିବା ଦୀର୍ଘ ଦିନର ପ୍ରକଳ୍ପ ଗୁଡ଼ିକ ଯେମିତି ଶୀଘ୍ର ସରିବ ତା ପାଇଁ ସେ ପ୍ରଥମ ଦିନରୁ ଚେଷ୍ଟିତ ବୋଲି କହିଛନ୍ତି। ଯେଉଁଥିରେ ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ଉପରେ ମଧ୍ୟ ସେ ଗୁରୁତ୍ଵ ଦେଉଥିବାର କହିଛନ୍ତି। ସମାନ ଭାବରେ ସେ ସବକା ବିକାଶ, ସବକା ସାଥ ନିୟମକୁ ପାଳନ କରି କାମ କରୁଥିବାର କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ବିଶେଷ ଧ୍ୟାନ ଦେଉ ଥିବାରୁ ଓଡ଼ିଶାର ବିକାଶ ଅଟକିବ ନାହିଁ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated :Aug 23, 2021, 5:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.