ETV Bharat / state

ଫୋକସରେ କୋରୋନା ତୃତୀୟ ଲହର, ବଲାଙ୍ଗୀରରେ ଆରମ୍ଭ ହେଲାଣି ପ୍ରସ୍ତୁତି

author img

By

Published : Jun 14, 2021, 10:14 PM IST

ଫୋକସରରେ 3ୟ ଲହର ,ବଲାଙ୍ଗୀରରେ ଆରମ୍ଭ ହେଲାଣି ପ୍ରସ୍ତୁତି
ଫୋକସରରେ 3ୟ ଲହର ,ବଲାଙ୍ଗୀରରେ ଆରମ୍ଭ ହେଲାଣି ପ୍ରସ୍ତୁତି

ବଲାଙ୍ଗୀରରେ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ । ଫୋକସରେ ଚିନ୍ତା । ଅଧିକ ପଢନ୍ତୁ...

ବଲାଙ୍ଗୀର: କ୍ରମାଗତ ଭାବରେ କୋରୋନା ସଂକ୍ରମଣ କମିବାରେ ଲାଗିଛି। କିନ୍ତୁ ଅନ୍ୟପଟେ ସମ୍ଭାବ୍ୟ କୋରୋନା ସଂକ୍ରମଣର ତୃତୀୟ ଲହର ଚିନ୍ତା ମଧ୍ୟ ଏବେ ସମସ୍ତଙ୍କୁ ଡ଼ରାଇବାରେ ଆରମ୍ଭ କଲାଣି । ତେବେ ଏଥିପାଇଁ କଣ ବ୍ୟବସ୍ଥା ଗ୍ରହଣ କରାଯାଉଛି ଓ କଣ ପ୍ରସ୍ତୁତି ଅଛି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫୋକସରରେ 3ୟ ଲହର ,ବଲାଙ୍ଗୀରରେ ଆରମ୍ଭ ହେଲାଣି ପ୍ରସ୍ତୁତି

ବଲାଙ୍ଗୀର ଜିଲ୍ଲାରେ କରୋନା ଦ୍ବିତୀୟ ଲହର ଅନେକ କ୍ଷତି ଘଟାଇ ଥିବାବେଳେ ଏଥିରେ ଅନେକ ଜୀବନ ହାନି ମଧ୍ୟ ଘଟିଛି। ସେପଟେ ବର୍ତ୍ତମାନ କୋରୋନା ସଂକ୍ରମଣ କ୍ରମାଗତ ଭାବରେ ଗୋଟିଏ ସପ୍ତାହ ହେବ ହ୍ରାସ ପାଇବାରେ ଲାଗିଛି । ଯାହା ସମସ୍ତଙ୍କୁ ଆଶ୍ବସ୍ତି ଆଣି ଦେଇଛି । କିନ୍ତୁ ଅନ୍ୟପଟରେ ପୁଣି ସମ୍ଭାବ୍ୟ କୋରୋନା ସଂକ୍ରମଣର 3ୟ ଲହର ସମସ୍ତଙ୍କୁ ଡରାଇଲାଣି।

ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆ ଯାଉଥିବାର ଜଣାପଡ଼ିଛି। ଯାହା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ସେହିପରି ତୃତୀୟ ଲହରରେ ଶିଶୁମାନେ ବେସି ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଯେଉଁଥିରେ ଯୁଦ୍ଧକାଳୀନ ଭିତ୍ତିରେ 32 ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର ଶିଶୁ ICU ପ୍ରସ୍ତୁତ କରାଯାଉଛି। ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ଏଥିପାଇଁ ସଜାଗ ରଖାଯାଇଥିବାର ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ କର୍ତ୍ତୁପକ୍ଷ କହିଛନ୍ତି।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.