ETV Bharat / state

କୋଭିଡକୁ ନେଇ ପୋଲିସର କଡା ଆଭିମୁଖ୍ୟ: ଅମାନିଆ ଗଣିଲେ 85 ହଜାର ଟଙ୍କା

author img

By

Published : Apr 7, 2021, 9:29 PM IST

ବଲାଙ୍ଗୀର ଜିଲ୍ଲାରେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ପୋଲିସ ଓ ପ୍ରଶାସନ ବିଭିନ୍ନ ପଦକ୍ଷେପ । ଅମାନିଆ ଗଣିଲେ 85 ହଜାର ଟଙ୍କା ତଣ୍ଡ । ଅଧିକ ପଢନ୍ତୁ...

କୋଭିଡକୁ ନେଇ ପୋଲିସର କଡା ଆଭିମୁଖ୍ୟ: ଅମାନିଆ ଗଣିଲେ 85 ହଜାର ଟଙ୍କା
କୋଭିଡକୁ ନେଇ ପୋଲିସର କଡା ଆଭିମୁଖ୍ୟ: ଅମାନିଆ ଗଣିଲେ 85 ହଜାର ଟଙ୍କା

ବଲାଙ୍ଗୀର : ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଏଠି କୋରୋନା ସଂକ୍ରମଣ ଦ୍ଵିତୀୟ ଲହର ମଧ୍ୟ ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ସରକାର ସଂକ୍ରମଣ ରୋକିବାକୁ କଠୋର ପଦକ୍ଷେପ ନେଉଥିବାବେଳେ ବଲାଙ୍ଗୀରରେ ରାତ୍ରକାଳୀନ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି । ହେଲେ ଏସବୁ ସଚେତନ ସତ୍ତ୍ୱେ କିଛି ଅମାନିଆ ଏସବୁ ମାନୁ ନାହାଁନ୍ତି ଏବଂ ମାସ୍କ, ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ।

କୋଭିଡକୁ ନେଇ ପୋଲିସର କଡା ଆଭିମୁଖ୍ୟ: ଅମାନିଆ ଗଣିଲେ 85 ହଜାର ଟଙ୍କା

ତେବେ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ କଠୋର ପଦକ୍ଷେପ ନେଇଛି ଏବଂ ନିଜେ ଏସପି ଏହାର ତଦାରଖ କରୁଥିବାବେଳେ ପୋଲିସ ଦଳ ପୂର୍ବକ ଜିଲ୍ଲାର ବିଭିନ୍ନ ସପିଂ ମଲ, ବଜାର ଓ ଦୋକାନର ନିରୀକ୍ଷଣ କରିଛନ୍ତି । ଏହିଭଳି ଅମାନିଆଙ୍କ ଠାରୁ ଏଯାଏଁ 85 ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ । ତେବେ ଆଗକୁ ମଧ୍ୟ କୋଭିଡ ନିୟମକୁ କଡାକଡି କରାଯିବ ଓ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଏସପି କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.