ETV Bharat / state

Panchayat Polls: ଦେଓଗାଁ ବ୍ଲକ ହାତେଇବାକୁ ବିଜେଡିର ଅଙ୍କକଷା

author img

By

Published : Feb 6, 2022, 1:36 PM IST

Panchayat Election : ଦେଓଗାଁ ବ୍ଲକ ହାତେଇବା ପାଇଁ ବିଜେଡିର ଅଙ୍କକଶା
Panchayat Election : ଦେଓଗାଁ ବ୍ଲକ ହାତେଇବା ପାଇଁ ବିଜେଡିର ଅଙ୍କକଶା

ପଞ୍ଚାୟତ ନିର୍ବାଚନ ତାରିଖ ଯେତିକି ପାଖଉଛି, ପ୍ରଚାର ସେହିମାତ୍ରାରେ ଜୋରଦାର ହେଉଛି । ଦେଓଗାଁ ବ୍ଲକ ହାତେଇବା ପାଇଁ ଚାଲିଛି ବିଜେଡିର ଜୋରସୋର ପ୍ରଚାର । ଅଧିକ ପଢନ୍ତୁ

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ତାରିଖ ଯେତିକି ପାଖଉଛି, ପ୍ରଚାର ସେହିମାତ୍ରାରେ ଜୋରଦାର ହେଉଛି । ତିନି ରାଜନୈତିକ ଦଳ ଚଳିତ ନିର୍ବାଚନରେ ନିଜ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପୁରା ଦମ ଲଗାଇ ଦେଇଛନ୍ତି । ଏହା ସହିତ ପଞ୍ଚାୟତ ସମିତି ଦଖଲ ସହିତ ଜିଲ୍ଲା ପରିଷଦ ଗଠନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ବଲାଙ୍ଗୀର ବିଜେଡିର ଗଡ କୁହାଯାଉଥିବା ଦେଓଗାଁ ବ୍ଲକ ରାଜନୀତି ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି ।

Panchayat Election : ଦେଓଗାଁ ବ୍ଲକ ହାତେଇବା ପାଇଁ ବିଜେଡିର ଅଙ୍କକଶା

ଦେଓଗାଁ ବ୍ଲକରେ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ଦୁଇଟା ଯାକ ଜୋନ୍ ହାତେଇ ଥିଲା ବିଜେଡି । ଚଳିତ ନିର୍ବାଚନ ପାଇଁ ୧୨ ଓ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ନିଜର ପ୍ରାର୍ଥୀ ଦେଇଛି ବିଜେଡି । ନିର୍ବାଚନରେ ସଫଳ ହେବା ପାଇଁ ଘରକୁ ଘର ବୁଲି ଜୋରସୋର ପ୍ରଚାର ଆରମ୍ଭ କରିଛି ।

୨୬ଟି ସମିତିକୁ ନେଇ ବ୍ଲକ ବା ପଞ୍ଚାୟତ ସମିତି ଗଠନ ହେଉଥିବା ବେଳେ ବିଜେଡି ସମର୍ଥିତ ଦୁଇ ଜଣ ପ୍ରତିଦ୍ବନ୍ଦୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି । ଆଗକୁ ଆବଶ୍ୟକ ଥିବା ନମ୍ବର ମଧ୍ୟ ବିଜେଡି ସହଜରେ ହାସଲ କରିବ ବୋଲି କହିଛି । ତେବେ ବିଜେଡି ସରକାରଙ୍କ ଜନହିତକାରୀ ଯୋଜନା ଓ କାର୍ଯ୍ୟରେ ଏଥର ପୁଣି ସଫଳତା ପାଇବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.