ETV Bharat / state

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଖେଳାଳି, ଲନ୍‌ ବଲ ଖେଳରେ ଆଣିଲେ 7 ପଦକ

author img

By ETV Bharat Odisha Team

Published : Oct 2, 2023, 6:05 PM IST

ଜାତୀୟ ସ୍ତରରେ କମାଲ ଦେଖାଇଲେ ଓଡ଼ିଆ ଖେଳାଳି । ଲନ ବଲ ଖେଳରେ ସାତଟି ପଦକ ଜିତି ଓଡ଼ିଶା ପାଇଁ ଆଣିଲେ ଗୌରବ । ଆଗକୁ ହେବାକୁ ଥିବା 37 ତମ ଜାତୀୟ ଖେଳରେ ଭାଗ ନେବେ ଓଡ଼ିଶାର ଖେଳାଳି । ଅଧିକ ପଢ଼ନ୍ତୁ

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଖେଳାଳି
ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଖେଳାଳି

ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଖେଳାଳି

ବଲାଙ୍ଗୀର: ପୁଣି ଜାତୀୟ ସ୍ତରରେ କମାଲ ଦେଖାଇଲେ ଓଡ଼ିଆ ଖେଳାଳି । ଲନ୍‌ ବଲ ଖେଳରେ ସାତଟି ପଦକ ଜିତି ଓଡ଼ିଶା ପାଇଁ ଆଣିଲେ ଗୌରବ । ତେବେ ଏହି ଖେଳରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିବା ସହ ଆଗକୁ ହେବାକୁ ଥିବା 37 ତମ ଜାତୀୟ ଖେଳରେ ଭାଗ ନେବେ ଓଡ଼ିଶାର ଖେଳାଳି ।

ତେବେ ଗୌହାଟିରେ ଆୟୋଜିତ ହୋଇଥିବା ଜାତୀୟ ଲନ ବଲ ଟୁର୍ଣ୍ଣାମେଣ୍ଟରେ ଓଡି଼ଶାର ଖେଳାଳିମାନେ କମାଲ ଦେଖାଇଛନ୍ତି। ଯେଉଁଥିରେ ବଲାଙ୍ଗୀରର ଖେଳାଳିମାନେ ସାତଟି ପଦକ ଜିତିବା ସହ ଓଡିଶାକୁ ଦେଶର ଚତୁର୍ଥ ସ୍ଥାନରେ ସ୍ଥାନିତ କରିବାରେ ସଫଳ ହୋଇଛନ୍ତି । ଏହାସହ ଆଗକୁ ଗୋଆରେ ହେବାକୁ ଥିବା 37ତମ ଜାତୀୟ ଖେଳରେ ସେମାନେ ଭାଗ ନେବେ । ତେବେ ଗୌହାଟିରେ ସେପ୍ଟେମ୍ବର 21ରୁ ଏହି ଜାତୀୟ ସ୍ତରୀୟ ଲନ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ଓଡିଶା ଲନ ବଲ ସଂଘ ଓ ଓଡିଶା ସରକାରଙ୍କ କ୍ରୀଡା ବିଭାଗର ସହଯୋଗରେ ବଲାଙ୍ଗୀରର 14 ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ସେମାନେ 16ଟି ରାଜ୍ୟର ଖେଳାଳିଙ୍କୁ ପଛରେ ପକାଇ 6ଟି ବ୍ରୋଞ୍ଜ ପଦକ ସହ ଗୋଟିଏ ସିଲଭର ପଦକ ଜିତିଛନ୍ତି । ଯାହା ଓଡି଼ଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି ।

ଲନ ବଲ ଖେଳାଳି ଶ୍ୱେତଲାନା ବକ୍ସି କହିଛନ୍ତି, "ଗୌହାଟିରେ ଅଷ୍ଟମ ଜାତୀୟ ସ୍ତରୀୟ ଲନ ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲୁ । ଏଥିରେ 16ଟି ରାଜ୍ୟର ଖେଳାଳିଙ୍କ ସହ କଡା ମୁକାବିଲାରେ ଭଲ ପ୍ରଦର୍ଶନ କରିବା ସହ 6ଟି ବ୍ରୋଞ୍ଜ ଓ ଗୋଟିଏ ସିଲଭର ପଦକ ହାସଲ କରିଛୁ । ଏଥିପାଇଁ ରାଜ୍ୟ ଲନ ବଲ ସଂଘ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ।"

ଏହା ମଧ୍ୟ ପଢ଼ନ୍ତୁ...31 ବର୍ଷ ପରେ ଭାରତୀୟ ଭଲିବଲ ଦଳରେ ଓଡିଆ, ଇତିହାସ ରଚିବା ଅପେକ୍ଷାରେ ରାହୁଲ

ସେପଟେ ରାଜ୍ୟ ଲନ ବଲ ସଂଘ ସମ୍ପାଦକ ସୁମିତ ପୁରୋହିତ କହିଛନ୍ତି,"ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ରାଜ୍ୟ ଲନ ବଲ ସଙ୍ଘ ଓ ଜିଲ୍ଲା କ୍ରୀଡା ବିଭାଗର ସହାୟତାରେ ଖେଳାଳିମାନେ ଏହି ଖେଳ ଆୟୋଜନରେ ଭାଗ ନେଇଥିଲେ । ସେଠି ସଫଳ ହେବା ସହ ଆଗକୁ ଗୋଆରେ ହେବାକୁ ଥିବା 37 ତମ ଜାତୀୟ ସ୍ତରୀୟ ଖେଳ ପାଇଁ ଯୋଗ୍ୟତା ପାଇଛନ୍ତି ।"

ସେହିପରି ବଲାଙ୍ଗୀର ଜିଲ୍ଲା କ୍ରୀଡା ଆଧିକାରୀ ପରାସର ବାଗ କହିଛନ୍ତି," ଖେଳାଳିମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯାଇଛି । ଯେଉଁଥିରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଇଣ୍ଡୋର ଷ୍ଟାଡିୟମରେ ସେମାନଙ୍କ ପାଇଁ ବିଶେଷ ସୁବିଧା କରାଯାଇଛି । ଏହାସହ ଆଗକୁ ଏହି ଖେଳାଳିମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।"


ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.