ETV Bharat / state

ଲେଖକ ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ ବାଲ ସାହିତ୍ୟ ପୁରସ୍କାର

author img

By

Published : Jun 24, 2023, 11:17 AM IST

Updated : Jun 24, 2023, 2:12 PM IST

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପାଇବେ ଓଡ଼ିଆ ଲେଖକ ଯୁଗଳ କିଶୋର ଷଡଙ୍ଗୀ । ଅଧିକ ପଢନ୍ତୁ

ଲେଖକ ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ ବାଲ ସାହିତ୍ୟ ପୁରସ୍କାର
ଲେଖକ ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ ବାଲ ସାହିତ୍ୟ ପୁରସ୍କାର

ଲେଖକ ଯୁଗଳ କିଶୋର ଷଡଙ୍ଗୀଙ୍କୁ ମିଳିବ ବାଲ ସାହିତ୍ୟ ପୁରସ୍କାର

ବଲାଙ୍ଗୀର: ୨୦୨୩ ବର୍ଷ ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରିଛି । ବଲାଙ୍ଗୀରର ଲେଖକ ତଥା ସାହିତ୍ୟକାର ଯୁଗଳ କିଶୋର ଷଡ଼ଙ୍ଗୀ ବାଲ ସାହିତ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ଲିଖିତ 'ଜେଜେଙ୍କ ଗପ ଗଣ୍ଠିଲି' ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଶିଶୁମାନଙ୍କ ବୌଦ୍ଧିକ ବିକାଶ ପାଇଁ ସେ ଚେଷ୍ଟାରତ ଥିବାବେଳେ ତାଙ୍କୁ ଏହି ସମ୍ମାନ ମିଳୁଥିବାରୁ ଲେଖକ ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଦେଇଛନ୍ତି । ଏହାସହିତ ଶିଶୁଙ୍କ ମାନସିକ ବୌଦ୍ଧିକ ବିକାଶ ପାଇଁ ସେ ଅନବରତ ଲେଖନୀ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ।

ଲେଖକ ଯୁଗଳ କିଶୋର ଷଡଙ୍ଗୀ 'ଜେଜଙ୍କ ଗପ ଗଣ୍ଠିଲି' ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପାଇବେ । ଏହି ଲେଖକ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଗ୍ରାମର ମୂଳ ନିବାସୀ ହୋଇଥିବା ବେଳେ ଏବେ ସେ ଟିଟିଲାଗଡରେ ରହୁଛନ୍ତି । ଦୀର୍ଘ ୨୦ ବର୍ଷ ହେବ ସେ ଶିଶୁଙ୍କ ପାଇଁ ଗଳ୍ପ କବିତା ଲେଖି ଆସୁଛନ୍ତି । ଶିଶୁଙ୍କ ବୌଦ୍ଧିକ ମାନସିକ ବିକାଶ ତଥା ସାହିତ୍ୟର ବିକାଶ ପାଇଁ ନିଜର କଲମ ଚଳାଇ ଆସିଛନ୍ତି । ସେ ଜଣାଶୁଣା ବାଲ ସାହିତ୍ୟକାର ଭାବରେ ପରିଚିତ ଅଟନ୍ତି । ଯୁଗଳ କିଶୋର ଷଡଙ୍ଗୀ ଆକାଶବାଣୀ ସହିତ ଜଡ଼ିତ ଥିବାବେଳେ ସେ ଭାରତୀୟ ଶିଶୁ ସାହିତ୍ୟ ସଂଗଠନର ମଧ୍ୟ ଉପସଭାପତି ଅଛନ୍ତି ।

ଯୁଗଳ କିଶୋର ଷଡଙ୍ଗୀ ନିଜର ଲେଖନି ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ସମ୍ମାନିତ ହୋଇଛନ୍ତି । ଏଥର ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ କରିବେ । ଏଥିପାଇଁ ଶୁକ୍ରବାର ତାଙ୍କ ନାମ ଘୋଷଣା ହେବା ପରେ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି ଏବଂ କେନ୍ଦ୍ରୀୟ ସାହିତ୍ୟ ଏକାଡେ଼ମୀକୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଲେଖକ କହିଛନ୍ତି ଯେ, ଆଗାମୀ ପିଢ଼ି ସାହିତ୍ୟକୁ ଅଭିନ୍ନ ଅଙ୍ଗ ରୂପରେ ଗ୍ରହଣ କରି ଶିଶୁଙ୍କ ମାନସିକ ବିକାଶ ପାଇଁ ଚେଷ୍ଟା କରନ୍ତୁ । ଯାହାଦ୍ବାରା ଏକ ସୁସ୍ଥ ସମାଜ ଗଠିତ ହେବ ଓ ଦେଶ ତଥା ପୃଥିବୀର ବିକାଶ ହୋଇପାରିବ ।

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ପାଇଁ ଏକାଡେମୀର ଅଧ୍ୟକ୍ଷ ମାଧବ କୌସିକଙ୍କ ଅଧ୍ୟକ୍ଷତାରେ ନାମ ଘୋଷଣା ହୋଇଥିଲା । ଏଥିପାଇଁ ୨୨ ଜଣ ଜୁରି ବିଭିନ୍ନ ଭାଷା ଓ କାଟାଗୋରିରେ ତାଙ୍କର ନିର୍ଣ୍ଣୟ ନେଇଥିଲେ । ଓଡ଼ିଆ ଭାଷା ପାଇଁ ଜୁରୀ ସଦସ୍ୟ ଡ. ଫାନି ମହାନ୍ତି, ଭୂପେନ ମହାପାତ୍ର ଓ ମହେଶ୍ବର ମହାନ୍ତି ଥିଲେ । ସେମାନେ ସାହିତ୍ୟକାର ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ପୁସ୍ତକ 'ଜେଜେଙ୍କ ଗପ ଗଣ୍ଠିଲି'କୁ ଚୟନ କରିବା ପରେ ତାଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ବାଲ ସାହିତ୍ୟ ପୁରସ୍କାର ପାଇଁ ଓଡ଼ିଆ ଲେଖକଙ୍କ ନାମ ପ୍ରକାଶ ପାଇବା ପରେ ସବୁଠୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 24, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.