ETV Bharat / state

Mamita Murder Case: ପ୍ରତିକ୍ରିୟା ରଖିଲେ ଉତ୍ତରାଞ୍ଚଳ DIG ଦୀପକ କୁମାର

author img

By

Published : Feb 13, 2022, 7:20 AM IST

Mamita Murder Case : ପ୍ରତିକ୍ରିୟା ରଖିଲେ ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର
Mamita Murder Case : ପ୍ରତିକ୍ରିୟା ରଖିଲେ ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର

ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ତେବେ ଏନେଇ ଶନିବାର ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର।

ବଲାଙ୍ଗୀର: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଶୁକ୍ରବାର ପୋଲିସ ଚୂଡାନ୍ତ ଚାର୍ଜସିଟ କୋର୍ଟରେ ଦାଖଲ କରିଛି। ତେବେ ଏନେଇ ଶନିବାର ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ତେବେ ଶୁକ୍ରବାର ପୋଲିସ ଏହି ହତ୍ୟାକାଣ୍ଡରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ।

Mamita Murder Case : ପ୍ରତିକ୍ରିୟା ରଖିଲେ ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର

ଏହାବି ପଢନ୍ତୁ : Mamita Meher Case: ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ

ଏହାର ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ସନ ସାଇନ୍ ପବ୍ଲିକ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଓ ତାର ଡ୍ରାଇଭର ରାଧେ ନାଁରେ ଏହି ଚାର୍ଜସିଟ ଦାଖଲ କରିଛି ପୋଲିସ । ଯେଉଁଥିରେ ଦାଫା 302 ହତ୍ୟା, 201 ପ୍ରମାଣ ନଷ୍ଟ ଓ ଲୁଚାଇବା, 120 ବି ଯୋଜନା ବଦ୍ଧ ଭାବରେ ଅପରାଧ କରିବା, 34 ଓ 35 ମିଳିତ ଭାବରେ ଅପରାଧ ଘଟାଇବା ଭଳି ସଙ୍ଗୀନ ଦଫା ପୋଲିସ ଲଗାଇଛି ।

ଏହାସହ ସାଇଣ୍ଟିଫିକ ପ୍ରମାଣ ସହ ମମିତାଙ୍କ କମ୍ପ୍ୟୁଟର, ପେନ ଡ୍ରାଇଭ୍ ସହ ଫୋନ ରେକର୍ଡ ଭଳି ବଳିଷ୍ଠ ପ୍ରମାଣ ପୋଲିସ କୋର୍ଟରେ ଦେଇଛି । ସେହିପରି ଏହାର ଖୁବଶୀଘ୍ର ଶୁଣାଣି ହେବ ବୋଲି ପୋଲିସ ଆଶା କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.