ETV Bharat / state

ମମିତା ମେହେର ହତ୍ୟାକାଣ୍ଡ, ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

author img

By

Published : Oct 24, 2021, 6:02 PM IST

national congress womens wing chief neeta d souza meet mamita family
ମମିତା ମେହେର ହତ୍ୟାକାଣ୍ଡ: ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି’ସୁଜା ମମିତାର ପରିବାରକୁ ଭେଟିଛନ୍ତି । ଏଥିରେ ସଂପୃକ୍ତ ଗୃହମନ୍ତ୍ରୀଙ୍କୁ ବହିଷ୍କାର ସହ ଗିରଫ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ମାମଲା ଏବେ ଜାତୀୟ ସ୍ତରରେ ପହଞ୍ଚିଥିବାବେଳେ ରବିବାର ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ବଲାଙ୍ଗୀର ଝରଣି ଗ୍ରାମରେ ପୀଡ଼ିତା ପରିବାରକୁ ଭେଟିଛନ୍ତି ।

ମମିତା ମେହେର ହତ୍ୟାକାଣ୍ଡ: ପରିବାରକୁ ଭେଟିଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ

ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ନିତା ଡି’ସୁଜା ବଲାଙ୍ଗୀର ଗସ୍ତ କରି ପୀଡିତା ପରିବାରକୁ ଭେଟିଛନ୍ତି। ହତ୍ୟାକାଣ୍ଡର ଶିକାର ମମିତାର ଗାଁ ବଲାଙ୍ଗୀର ଝରଣୀ ଗ୍ରାମକୁ ଗସ୍ତ କରିଥିଲେ। କଂଗ୍ରେସ ଏକ ବିରାଟ ଶୋଭାଯାତ୍ରାରେ ପୀଡ଼ିତା ଘରକୁ ଯାଇ ପହଞ୍ଚିଥିଲେ। ସେହିପରି ପୀଡ଼ିତାଙ୍କ ପରିବାର ବର୍ଗଙ୍କ ସହ ଏହି ଚାରି ଜଣିଆ ଦଳ ବିସ୍ତୃତ ଆଲୋଚନା କରିବା ସହ ସାନ୍ତ୍ବନା ଦେଇଥିଲେ। ପରିବାରକୁ ସାକ୍ଷାତ୍ କରିବା ପରେ କଂଗ୍ରେସ ଜାତୀୟ ମହିଳା ସଭାନେତ୍ରୀ ନୀତା ଡି ସୁଜା ଗଣମାଧ୍ୟମ ଜରିଆରେ ନିଜର ଦାବି ରଖିଥିଲେ। ଯେଉଁଥିରେ ସେ ଏହି ବର୍ବର ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିବା ଶହ ଦୋଷୀକୁ କଠୋର ଦଣ୍ଡ ଦାବି କରିଥିଲେ।

ସେହିପରି ଓଡ଼ିଶାରେ ଜଙ୍ଗଲରାଜ ଚାଲିଥିବାବେଳେ ମା ଭଉଣୀ ସୁରକ୍ଷିତ ନୁହେଁ ବୋଲି କହିଥିଲେ। ଏହି ଘଟଣାରେ ଖୋଦ ଗୃହ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି । ଏହାଛଡା କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲରେ ଚାଲିଥିବା ଅନୈତିକ କାମ ପାଇଁ ଓଡ଼ିଶା ସରକାରକୁ ଦାୟୀ କରିବା ସହ ସଠିକ ତଦନ୍ତ ଦାବି କରିଛନ୍ତି। ଏଥିରେ ଓଡ଼ିଶାର ମହିଳା କଂଗ୍ରେସ ସଭାନେତ୍ରୀ, ଛତିଶଗଡ଼ ମହିଳା କଂଗ୍ରେସ ସଭାନେତ୍ରୀ, ଜାତୀୟ କଂଗ୍ରେସ ପ୍ରବକ୍ତା ପଦ୍ମନାଭ ଗୁରୁ ଓ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.