ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବଲାଙ୍ଗୀର ବିଜେଡି

author img

By

Published : Sep 24, 2022, 2:41 PM IST

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବଲାଙ୍ଗୀର ବିଜେଡି

କ୍ୟାବିନେଟ ବୈଠକରେ ଅନେକ ବିକାଶମୁଖୀ ଯୋଜନା ସହ ଆର୍ଥିକ ଅନୁଦାନରୁ ମଞ୍ଜୁରୀ ଦିଆଯାଇଛି । ଏହାକୁ ନେଇ ଶୁକ୍ରବାର ବଲାଙ୍ଗୀରରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା କରାଯାଇଛି । ଅଧିକ ପଢନ୍ତୁ

ବଲାଙ୍ଗୀର: ଓଡ଼ିଶା କ୍ୟାବିନେଟ ବୈଠକରେ ବଲାଙ୍ଗୀର ପାଇଁ ଅନେକ ବିକାଶ ମୁଖୀ ଯୋଜନା ସହ ଆର୍ଥିକ ଅନୁଦାନରୁ ମଞ୍ଜୁରୀ ଦେଇଛି । ଯାହା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛି ବଲାଙ୍ଗୀର ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Chief minister Naveen Patnaik) ଅଧ୍ୟକ୍ଷତାରେ ଗତ ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା (Odisha cabinet decision) ।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବଲାଙ୍ଗୀର ବିଜେଡି

ବୈଠକରେ 16ଟି ବିଭାଗର 33ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର ୟୁନିଭରସିଟି(Rajendra University) ପାଇଁ ସରକାର ମାଗଣାରେ 50.437 ଡିସିମିଲ ଜମି ପ୍ରଦାନ କରିଛନ୍ତି । ଏହାକୁ ନେଇ ଶୁକ୍ରବାର ବଲାଙ୍ଗୀରରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞପନ କରିବା ସହ ବିରୋଧିଙ୍କୁ ଘେରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର ୟୁନିଭରସିଟି ପାଇଁ ସରକାର ମାଗଣାରେ 50.437 ଡିସିମିଲ ଜମି ପ୍ରଦାନ କରିଛନ୍ତି । ଯାହାଫଳରେ ୟୁନିଭରସିଟିର ବିକାଶରେ ସହାୟକ ହେବ ବୋଲି କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Odisha Cabinet Decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ

ସେହିପରି ଲୋୟର ସୁକତେଲ ପ୍ରକଳ୍ପରେ ବାମ ଭୂତଳ ପାଇପ କେନାଲ ପାଇଁ 634 କୋଟି 14 ଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି । ଏହାଛଡା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲାରମ୍ଭା ସୁକ୍ତେଳ ନଦୀରେ ବୃହତ ଉଠା ଜଳସେଚନ ପାଇଁ 77 କୋଟି 79 ଲକ୍ଷ୍ୟ ଟଙ୍କା ମଞ୍ଜୁର କରିଛନ୍ତି ସରକାର । ଫଳରେ ଏହାଦ୍ବାରା ଏହି ଅଞ୍ଚଳର ଦୁଇ ହଜାର ହେକ୍ଟର ଜମି ଜଳ ସେଚିତ ହେବ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ।

ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ," ଜିଲ୍ଲାର ସର୍ବ ପୁରାତନ ରାଜେନ୍ଦ୍ର ୟୁନିଭରସିଟି ପାଇଁ ସରକାର ମାଗଣାରେ 50.437 ଡିସିମିଲ ଜମି ପ୍ରଦାନ କରିଛନ୍ତି । ଯାହାଫଳରେ ୟୁନିଭରସିଟିର ବିକାଶରେ ସହାୟକ ହେବ ବୋଲି କୁହାଯାଇଛି । ବହୁତ ବଡ ସମସ୍ୟାର ସମାଧାନ ହୋଇଛି । ୟୁଜିସି ପାଇଁ ଆବେଦନ କରିପାରୁନଥିଲେ । ଏବେ ସମସ୍ୟାର ସମାଧାନ ହେବ । ଏହାସହ କଲେଜର ଉନ୍ନତି କାର୍ଯ୍ୟ କରାଯିବ । ବିରୋଧି ବହୁତ କଥା କହିବେ। ଉନ୍ନତି କଥା ଆପଣ ଅନୁଭବ କରିପାରୁଥିବେ । ଆପଣମାନେ ଏଇଠି ଅଛନ୍ତି ମୁଣ ଏଇଠି ଅଛି । ଉନ୍ନତି ଆପଣ ଦେଖିବେ, ଓଡିଶା ସରକାରଭଙ୍କ ସମୟରେ ହିଁ ସବୁକାର୍ଯ୍ୟ ସମ୍ପାଦନ ହେବ ।" ସେହିପରି ସେ ବିରୋଧୀ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ବଲାଙ୍ଗୀରକୁ ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଓ ବିକାଶ କାମ କିଛି ହେଉନଥିବାର ଅଭିଯୋଗକୁ ମନ୍ତ୍ରୀ ନିରାଧାର ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.