ETV Bharat / state

ଟ୍ରାକ୍ଟର ଚଢି ଜଣେ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Oct 9, 2022, 2:09 PM IST

ଟ୍ରାକ୍ଟର ଚଢି ଜଣେ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
ଟ୍ରାକ୍ଟର ଚଢି ଜଣେ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ବଲାଙ୍ଗୀର ରଣ୍ଡା ଗ୍ରାମ ନିକଟରେ ଟ୍ରାକ୍ଟର ଚଢି ଜଣେ ମୃତ । ଏନେଇ ଗ୍ରାମବାସୀ ଓ ସମ୍ପର୍କୀୟ ପୂରଣ ଦାବି କରି 57 ନମ୍ବର ଜାତୀୟ ରାଜପଥ ଅବରୋଧ । ଅଧିକ ପଢନ୍ତୁ

ବଲାଙ୍ଗୀର: ଟ୍ରକ ଚଢି ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲୀଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ରାଜପଥରେ । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କୁରେଭନା ଗ୍ରାମର ନରହରି ପ୍ରଧାନ ବୋଲି ଜଣାପଡିଛି । ଏନେଇ କ୍ଷତିପୂରଣ ଦାବିରେ ୫୭ନମ୍ବର ଜାତୀୟ ରାଜପଥ ଅବରୋଧ ।

ଟ୍ରାକ୍ଟର ଚଢି ଜଣେ ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ, ପଟୁ କାମ ସାରି ନରହରି ନିଜ ଘରକୁ ଫେରୁଥିଲେ । ସେହି ସମୟରେ ରଣ୍ଡା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ତାଙ୍କ ଉପରକୁ ମାଡି ଯାଇଥିଲା । ଏନେଇ ଘଟଣା ସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ସେପଟେ ଗ୍ରାମବାସୀ ଓ ସମ୍ପର୍କୀୟ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ସେପଟେ ପୋଲିସ ପ୍ରଶାସନ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ଏଯାଏଁ ସମାଧାନର ବାଟ ବାହାରି ପାରିନାହିଁ । ତେବେ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ଘଟୁଛି । ତେଣୁ ପ୍ରଶାସନ ଏହି ଅଞ୍ଚଳରେ ଆଲୋକୀକରଣ ସହ ସ୍ପୀଡ଼ ବ୍ରେକର ଲଗାଇବାକୁ ମଧ୍ୟ ଏମାନେ ଦାବି କରିଛନ୍ତି ।

ଏନେଇ ମୃତକଙ୍କ ସମ୍ପର୍କୀୟ ଦେବେନ୍ଦ୍ର ପ୍ରଧାନ କହିଛନ୍ତି, ସଂନ୍ଧ୍ୟା ସମୟରେ କାମ ସାରି ଘରକୁ ଫେରୁଥିବା ସମୟରେ ଟ୍ରକ ପଛରୁ ଆସି ଚଢିଗଲା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଆମେ କ୍ଷତିପୂରଣ ଚାହୁଁଛୁ । ତେବେ ଏନେଇ ଆମକୁ କ୍ଷତିପୂରଣ ନ ମିଳିଲା ଯାଏଁ ରାସ୍ତା ଅବରୋଧ କରିବୁ ।

ଇଟିଭି ଭରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.