ETV Bharat / state

Mamita Meher Murder: ଜେଲରୁ ବାହାରିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

author img

By

Published : Jul 9, 2022, 7:54 AM IST

Mamita Meher Murder: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
Mamita Meher Murder: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଜେଲରୁ ବାହାରିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଅଧିକ ପଢନ୍ତୁ

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ 14 ଦିନିଆ ଜାମିନ ଦେଇଥିଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । ତେବେ ଶୁକ୍ରବାର ଜେଲରୁ ବାହାରିଛି ଗୋବିନ୍ଦ । ସ୍ତ୍ରୀ ଓ ପୁଅର ସ୍ୱାସ୍ଥ୍ୟ ଅଵସ୍ଥା ଠିକ ନଥିବା ଯୋଗୁ ଚିକିତ୍ସା ପାଇଁ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ।

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ

ହାଇକୋର୍ଟ ଗତ ୨୯ ତାରିଖ ୧୪ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ । ତେବେ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେରେ ଗୋବିନ୍ଦ ସାହୁଙ୍କ ଓକିଲ ହାଇକୋର୍ଟ ଦେଇଥିବା ଜାମିନ ଫାଇଲ କରିଥିଲେ । ବିଭିନ୍ନ ସର୍ତ୍ତ ଏବଂ ୫୦ ହଜାରର ଦୁଇଟି ଜମାନତରେ ତାଙ୍କୁ ଜାମିନ ଦିଆଯାଇଛି । ସର୍ତ୍ତ ଅନୁଯାୟୀ ଗୋବିନ୍ଦ ସାହୁ ପ୍ରତିଦିନ ତଦନ୍ତକାରୀ ଅଫିସଙ୍କ ପାଖରେ ହାଜର ହେବେ । କୌଣସି ଅପରାଧ କାମ କରିବେ ନାହିଁ । କୌଣସି ସାକ୍ଷୀଙ୍କୁ ଭୟଭୀତ କରିବେ ନାହିଁ । ନିଜ ଅଞ୍ଚଳରୁ ବାହାରକୁ ଯାଇ ପାରିବେନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.