ETV Bharat / state

ବଲାଙ୍ଗୀରରେ ଶୀତଳଷଷ୍ଠୀ ଯାତ୍ରା: ଦେବଦମ୍ପତିଙ୍କ ଘର ବାହୁଡ଼ା, ଛୁଟିଲା ଭକ୍ତଙ୍କ ସୁଅ

author img

By

Published : Jun 6, 2022, 4:04 PM IST

Updated : Jun 6, 2022, 4:45 PM IST

ବଲାଙ୍ଗୀରରେ ଦେବଦମ୍ପତ୍ତିଙ୍କ ଦର୍ଶନ ପାଇଁ ଜମିଲା ଭକ୍ତଙ୍କ ଭିଡ଼
ବଲାଙ୍ଗୀରରେ ଦେବଦମ୍ପତ୍ତିଙ୍କ ଦର୍ଶନ ପାଇଁ ଜମିଲା ଭକ୍ତଙ୍କ ଭିଡ଼

ଶୀତଳଷଷ୍ଠୀ ଯାତ୍ରାରେ ଉତ୍ସବମୁଖର ବଲାଙ୍ଗୀର ସହର । ବିବାହ ପରେ ଆଜି(ସୋମବାର) ଦେବଦମ୍ପତିଙ୍କ ଘର ବାହୁଡ଼ା ହୋଇଛି । ଯୁଗଳ ମୂର୍ତ୍ତି ଦର୍ଶନ କରିବା ପାଇଁ ଛୁଟୁଛି ଭକ୍ତଙ୍କ ସୁଅ । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନର କଡ଼ା ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଶୀତଳ ଷଷ୍ଠୀ ଯାତ୍ରାରେ ଉତ୍ସବମୁଖର ପୁରା ସହର । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ଶୁଭ ବିବାହ ପରେ ଆଜି(ସୋମବାର) ଦେବଦମ୍ପତି ଘର ବାହୁଡ଼ା କରିଛନ୍ତି । ଭକ୍ତଙ୍କୁ ଯୁଗଳ ମୂର୍ତ୍ତି ଦର୍ଶନର ସୁଯୋଗ ମିଳିଛି । ଏଥିପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି ବଲାଙ୍ଗୀର ସହରକୁ ।

ବଲାଙ୍ଗୀରରେ ଶୀତଳଷଷ୍ଠୀ ଯାତ୍ରା: ଦେବଦମ୍ପତିଙ୍କ ଘର ବାହୁଡ଼ା, ଛୁଟିଲା ଭକ୍ତଙ୍କ ସୁଅ

ତେବେ ବିଭିନ୍ନ ପୂଜା କମିଟି ବିରାଟ ପଟୁଆରରେ ଦେବଦମ୍ପତିଙ୍କୁ ପାଛୋଟି ନେଇଛନ୍ତି । ଏଥିରେ ପାରମ୍ପରିକ ଲୋକନୃତ୍ୟ ଓ ଗୀତରେ ସାରା ସହର ପ୍ରକମ୍ପିତ ହେଉଛି । ସମାନ ଭାବରେ ବିଭିନ୍ନ ଲୋକ କଳା ଓ ସଂସ୍କୃତିର ଝଲକ ମଧ୍ୟ ଦେଖିବାକୁ ମିଳିଛି । କଳାକାର ମାନେ ବିଭିନ୍ନ ଆଧୁନିକ ଓ ସମ୍ବଲପୁରୀ ଗୀତ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ତରଫରୁ କଡ଼ା ବନ୍ଦୋବସ୍ତ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Jun 6, 2022, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.